BREAKING
Loading...
:

ଚର୍ଚ୍ଚାରେ ଆଶାକର୍ମୀ ଶିବାନୀ ମଣ୍ଡଳ, ମହିଳାଙ୍କୁ ପିଠିରେ କାନ୍ଧେଇ କରିଥିଲେ ଉଦ୍ଧାର

ଚର୍ଚ୍ଚାରେ ଆଶାକର୍ମୀ ଶିବାନୀ ମଣ୍ଡଳ, ମହିଳାଙ୍କୁ ପିଠିରେ କାନ୍ଧେଇ କରିଥିଲେ ଉଦ୍ଧାର 


 (ମଣିଭଦ୍ରା ଖବର)  ବୃଦ୍ଧା ମହିଳାକୁ କାନ୍ଧରେ ବୋହି ବାତ୍ୟାଆଶ୍ରୟ ସ୍ଥଳୀକୁ ନେଉଛନ୍ତି ଜଣେ ଆଶାକର୍ମୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଆଶାକର୍ମୀ ଜଣଙ୍କ ନାଁ ହେଉଛି ଶିବାନୀ ମଣ୍ଡଳ। ଏହି ଅଞ୍ଚଳରେ ବାତ୍ୟାର ପ୍ରକୋପ ଅଧିକ ଥିବାରୁ ସେଠାରେ ବାସ କରୁଥିବା ଜନସାଧାରଣଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ତରଫରୁ ପ୍ରଚେଷ୍ଟା ଜାରି ରହିଥିଲା । ଏଠାରେ କାର୍ଯ୍ୟ କରୁଥିବା ଆଶାକର୍ମୀ ଶିବାନୀ ମଧ୍ୟ ଗାଁ ଗାଁ ବୁଲି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ପ୍ରବର୍ତ୍ତାଉଥିଲେ । ଏହି ସମୟରେ ଗୋଟିଏ ପରିବାରର ଜଣେ ଅସହାୟ ବୃଦ୍ଧା ଚାଲିକରି ଯିବା ଅସମ୍ଭବ ଥିଲା । କିନ୍ତୁ ଆଶାକର୍ମୀ ହାର ନମାନି ନିଜ କାନ୍ଧରେ ବୃଦ୍ଧା ଜଣଙ୍କୁ ବୋହିକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିଲେ । ଝିପିଝିପି ବର୍ଷା ସାଙ୍ଗକୁ କାଦୁଅ ରାସ୍ତାରେ ସାହସର ସହିତ ସେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରିପାରିଥିଲେ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜକୁ ହାଇଲାଇଟ କରିବାକୁ କିଛି ତଥା କଥିତ ସମାଜସେବୀ ଲୋକଦେଖାଣିଆ କାର୍ଯ୍ୟ କରୁଥିବା ବେଳେ ଏହି ଆଶାକର୍ମୀଙ୍କ ଏଭଳି କାର୍ଯ୍ୟକୁ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS