BREAKING
Loading...
:

ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନା ର ପ୍ରଭାବ ଜୋରଦାର

 ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନା ର ପ୍ରଭାବ ଜୋରଦାର 

 


ଧାମନଗର,ଭଦ୍ରକ (ମଣିଭଦ୍ରା ଖବର) ବାତ୍ୟା ଦାନlର ପ୍ରଭାବ ଭଦ୍ରକ ଜିଲ୍ଲାରେ ଅଧିକ ପଡ଼ିଛି l ଗତ କାଲି ରାତିରେ ପ୍ରଭାବ ଏତେ ନଥିଲା ଆଜି ସକାଳ ଠାରୁ ଅଧିକ ପବନ ସାଙ୍ଗକୁ ବର୍ଷା ଅନୁଭୂତ ହେଉଛି l ଗତ କାଲି ଠାରୁ ଧାମନଗର ରେ ସବୁ ପଞ୍ଚାୟତରେ ରନ୍ଧା ଖାଦ୍ୟ ଏବଂ ଶୁଖିtvଲା ଖାଦ୍ୟ ର ବ୍ୟବସ୍ଥା ବାତ୍ୟା ଆଶ୍ରୟ ସ୍ଥଳ ତଥା ସ୍କୁଲ ମାନଙ୍କରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ କରାଯାଇ ଅଛି, ତନ୍ମଧ୍ୟରୁ ବୟlଙ୍ଗଡିହ ପଞ୍ଚାୟତର ସରପଞ୍ଚ ତଥା ତାଙ୍କ ପ୍ରତିନିଧି ଅଭିମନ୍ୟୁ ମଳିକ, ପୁର୍ବତନ ସରପଞ୍ଚଙ୍କ ପୁତ୍ର ପ୍ରକାଶ ବେହେରା, ଅଶୋକ ଜେନା, ଦେବେନ୍ଦ୍ର ଜେନା, ଲକ୍ଷ୍ମୀକାନ୍ତ ଦାସ, କିଶୋର ମଲ୍ଲିକ, ସୁରଜିତ hvପାତ୍ର, ଦେବେନ୍ଦ୍ର ବେହେରା, ଆଲୋକ ସାହୁ,ଲିପୁ ପାଢ଼ୀ ତଥା ଅନ୍ୟ ଦଳର ମଧ୍ଯ କିଛି କାର୍ଯ୍ୟକର୍ତ୍ତା ଦିନ ରାତି ପରିଶ୍ରମ କରି ଲୋକମାନଙ୍କ ର ରନ୍ଧା ଖାଦ୍ୟ ଠାରୁ ଔଷଦ ପତ୍ରର ବ୍ୟବସ୍ଥା କରିଥଲେ l ଧାମନଗର ଜୋନ ର ଜିଲ୍ଲା ପରିଷଦ ତଥା ଭଦ୍ରକ ଜିଲ୍ଳାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷl ଟୁନିବାଳା ବିଶ୍ଵାଳ ତାଙ୍କ ଜୋନ ରେ ଥିବା ୭ ଗୋଟି ପଞ୍ଚାୟତର ବୁଲି ସାଧାରଣ ଜନତାଙ୍କୁ ସେବା ଦେବା ସଙ୍ଗେ ସଙ୍ଗେ ବାତ୍ୟାର ପରିସ୍ଥିତିକୁ କ୍ଷୟ କ୍ଷତି ଅନୁଧ୍ୟାନ କରିଥଲେ l ବୟାଙ୍ଗଡିହ ପଞ୍ଚାୟତର ପ୍ରଶାସକ ଙ୍କ ତରଫରୁ ଜେ ଇ ଗୋବିନ୍ଦ ସାମଲ ଜି ଆର ଏସ ସେକ ହମିଦ ବାତ୍ୟା ଆଶ୍ରୟ ସ୍ଥଳରେ ରହି ପଞ୍ଚାୟତରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ସେବା ଯୋଗାଇଥିଲେ l ବର୍ତ୍ତମାନ ଯାହା ଦେଖା ଯାଉଛି ଧାନ ଚାଷୀ ମାନଙ୍କ ର ଏକରକମର ଚାଷ ଉଜୁଡ଼ି ଯାଇଛି l ଧାନର କେଶର ସମୟରେ ଏଭଳି ବାତ୍ୟା ନଷ୍ଟ କରିଦେଇଛି l ଆସନ୍ତା କଲି ରlତି ଠାରୁ ସକାଳର ବାତ୍ୟା ର ସ୍ଥିତି ଅଧିକ ହେଉଛି l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS