BREAKING
Loading...
:

ବାତ୍ୟା ପାଇଁ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସମୀକ୍ଷା କଲେ ବିଧାୟକ

 ବାତ୍ୟା ପାଇଁ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସମୀକ୍ଷା କଲେ ବିଧାୟକ

ଭାପୁର (ମଣିଭଦ୍ରା ଖବର) ବାତ୍ୟା ଦାନା ପୁର୍ବରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ବାଇଁ ବିଭିନ୍ନ ଅଧିକାରୀଙ୍କ ସହିତ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତ ରହିଛି ଏନେଇ ସମୀକ୍ଷା କରିଥିବା ଜଣାପଡ଼ିଛି.ଗୁରୁବାର ଦିନ ବିଧାୟକ ଶ୍ରୀ ସ୍ଵାଇଁ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଭାରପ୍ରାପ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ ଓ ଜିପିଓ ଅବିନାଶ ପତି ପ୍ରମୁଖ ଭାପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିବା ସହ ଜନସାଧାରଣ ମାନଙ୍କୁ ବାତ୍ୟା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ.ଏନେଇ ବିଧାୟକ ଶ୍ରୀ ସ୍ଵାଇଁ ଆମ ପ୍ରତିନିଧିଙ୍କୁ ଭାପୁର ବ୍ଲକରେ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ରହିଥିବା କହିଥିଲେ.ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଧାୟକଙ୍କ ଏଭଳି ବାତ୍ୟା ଆଶ୍ରୟ ସ୍ଥଳୀ ଓ ଜନସାଧାରଣ ମାନଙ୍କୁ ସତର୍କ ରହିବା ପରାମର୍ଶକୁ ଭାପୁର ବ୍ଲକର ବୁଦ୍ଧିଜୀବୀ,ସମାଜସେବୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।

ବିଭୂତି ମହାପାତ୍ର, ଭାପୁର 

Post a Comment

Previous Post Next Post
Header ADS