BREAKING
Loading...
:

ଛାମୁଣ୍ଡିଆରେ ଶ୍ରୀ ଅନ୍ନ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

 ଛାମୁଣ୍ଡିଆରେ ଶ୍ରୀ ଅନ୍ନ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

ଗଣିଆ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି ସହଯୋଗରେ ତଥା ଜିଲ୍ଲା କୃଷି ଅଧିକାରୀଙ୍କ ସହାୟତାରେ ଛାମୁଣ୍ଡିଆ ଗୋଷ୍ଠୀ କେନ୍ଦ୍ର ଠାରେ ଶ୍ରୀ ଅନ୍ନ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,କୃଷି ଓଭରସିଅର ଜ୍ଞାନ ରଞ୍ଜନ ପରିଡ଼ା, ଛାମୁଣ୍ଡିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ କୁମାର ପ୍ରଧାନ, ସରପଞ୍ଚ ଦୀପ୍ତିରେଖା ସେନାପତି ଏବଂ ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ଯୋଗ ଦେଇ ଶ୍ରୀ ଅନ୍ନ ଖାଦ୍ୟର ଉପାଦେୟତା ଓ ଗୁଣବତ୍ତା ସମ୍ପର୍କରେ ବୁଝାଇଥିଲେ । ଛାମୁଣ୍ଡିଆର ୯ଟି ସ୍ବୟଂ ସହାୟିକା ଗୋଷ୍ଠୀର ୫୦ ଜଣ ମହିଳା ଏହି ଖାଦ୍ୟ ମେଳାରେ ଯୋଗ ଦେଇଥିଲେ । 

ଏହି ପ୍ରତିଯୋଗିତାରେ ମା ଶାରଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ,ମା ମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବିତୀୟ ଏବଂ ପଦ୍ମାଳୟା ସ୍ବୟଂ ସହାୟିକା ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଧର ପ୍ରଧାନ, ସଂପଦ ଷଡ଼ଙ୍ଗୀ,ପ୍ରତ୍ୟୁଷ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS