BREAKING
Loading...
:

ଝାରପଡ଼ା ଜେଲରେ ଓ୍ବାର୍ଡରଙ୍କୁ ମାଡ

 ଝାରପଡ଼ା ଜେଲରେ ଓ୍ବାର୍ଡରଙ୍କୁ ମାଡ

ଭୁବନେଶ୍ଵର (ମଣିଭଦ୍ରା ଖବର) ଝାରପଡ଼ା ସ୍ବତନ୍ତ୍ର କାରାଗାର ୱାର୍ଡ ଭିତରେ ଛୁରି ଧରି ଓ ଗଞ୍ଜେଇ ଦଳି ଭିଡିଓ କରିଥିବା ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ଓ ତା’ର ଅନ୍ୟ ୪ କଏଦୀ ସାଥୀ ଆଜି ଆତଙ୍କ ଖେଳାଇଥିଲେ। ସେମାନେ ବ୍ଲେଡ୍‌ରେ ଆକ୍ରମଣ କରି ଜେଲର୍‌ ଓ ୨ୱାର୍ଡର୍‌ଙ୍କୁ ଲହୁଲୁହାଣ କରିଛନ୍ତି। ଜେଲର୍‌ ପ୍ରସନ୍ନ ସାହୁଙ୍କ ହାତକୁ ବ୍ଲେଡ୍‌ରେ କାଟିପକାଇବା ସହ ମୁଣ୍ଡକୁ କୌଣସି ବସ୍ତୁରେ ଶକ୍ତ ପ୍ରହାର କରିଛନ୍ତି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେହିଭଳି ୱାର୍ଡର ରାଜେଶ ପାତ୍ର ଓ ପୃଥିବୀ ବେହେରା ମଧ୍ୟ ବ୍ଲେଡ୍‌ ଆକ୍ରମଣ‌ରେ ରକ୍ତାକ୍ତ ହୋଇଛନ୍ତି। ଘଟଣା ପରେ ୫ ବିଚାରାଧୀନ କଏଦୀଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ଏବଂ ସେମାନଙ୍କୁ ନଜର ବନ୍ଦୀ ଭାବେ କଡ଼ା ସୁରକ୍ଷାରେ ଥିବା ସେଲ୍‌ରେ ରଖାଯାଇଛି। ସେମାନେ ହେଲେ ଭିଡିଓ ଭାଇରାଲ୍‌ର ଚର୍ଚ୍ଚିତ କଏଦୀ ଅଜୟ ନାଏକ ଓରଫ୍ ନନ୍ଦୁ, ଲିଙ୍ଗରାଜ ବାରିକ ଓରଫ ଲିଙ୍ଗା, ସନ୍ତୋଷ ଦାସ ଓରଫ ତାୱା, ସଞ୍ଜୟ ମଲ୍ଲିକ ଓରଫ ଖେଚଡ଼ କାଳିଆ ଓ ନାରାୟଣ ମହାନ୍ତି ଓରଫ ନାରଣ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS