BREAKING
Loading...
:

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଅଫ ଲାଇନରେ ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ ସ୍ଥଗିତ

 ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଅଫ ଲାଇନରେ ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ ସ୍ଥଗିତ 

କଟକ ତା ୨୩. ୧୦. ୨୦୨୪(ମଣିଭଦ୍ରା ଖବର) ସମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ବାଲିଯାତ୍ରା କଟକ ଉତ୍ସବ ୨୦୨୪ର ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାରବାଟୀ ପ୍ୟାଲେସ ଠାରେ ଚାଲିଥିବା ଏହି ଅଫ ଲାଇନ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ। ତେବେ ଅନ ଲାଇନ ମାଧ୍ୟମରେ baliyatra.net ରେ ଏହି ପଞ୍ଜିକରଣ ପ୍ରକ୍ରିୟା ଜାରି ରହିବ। ବାତ୍ୟା ପରବର୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ଅଫ ଲାଇନ ପଞ୍ଜିକରଣ ପ୍ରକ୍ରିୟା ନିମନ୍ତେ ନିଷ୍ପତି ଗ୍ରହଣ କରାଯିବ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS