BREAKING
Loading...
:

ବର୍ଷକୁ ଚାରିଥର ରକ୍ତଦାନ କରି ଶିକ୍ଷକ ନିରଞ୍ଜନ ରେଡକ୍ରସ୍ ତରଫରୁ ସମ୍ମାନୀତ

 ବର୍ଷକୁ ଚାରିଥର ରକ୍ତଦାନ କରି ଶିକ୍ଷକ ନିରଞ୍ଜନ ରେଡକ୍ରସ୍ ତରଫରୁ ସମ୍ମାନୀତ 

 ଗଞ୍ଜାମ (ମଣିଭଦ୍ରା ଖବର) ରକ୍ତଦାନର ଅର୍ଥ ଜୀବନର ଦାନ। ମଣିଷ ଯେତେବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥାଏ, ସେତେବେଳେ ରକ୍ତର ଆବଶ୍ୟକତା ପଡ଼ିଥାଏ। ରକ୍ତ ଏକ ସାଧାରଣ ସାମଗ୍ରୀ ନୁହେଁ, ଏପରି କୌଣସି କାରଖାନା ନାହିଁ ଯେଉଁଠି ରକ୍ତ ତିଆରି ହୋଇଥାଏ। ରକ୍ତର ଅଭାବ ଶହ ଶହ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ନିୟମିତ ଭାବରେ ରକ୍ତ ଭଣ୍ଡାରରୁ ସାଧାରଣ ରୋଗୀଙ୍କ ସହ ଥାଲାସେମିଆ, ସିକଲସେଲ୍ ଓ ହେମୋଫିଲିଆ ରୋଗୀମାନେ ପ୍ରତ୍ୟେକ ମାସରେ ରକ୍ତ ନେଉଥିବା ଯୋଗୁ, ଏବେ ରକ୍ତ ସମସ୍ୟାର ସଙ୍କଟ ଦେଖାଯାଉଛି। ଏଣୁ ରକ୍ତର ଅଭାବ ନ ଦେଖାଯିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବା ପାଇଁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଦ୍ୱାରା ଭୁବନେଶ୍ଵର ରେଡ କ୍ରସ ଭବନ ଠାରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକ ଅନ୍ତର୍ଗତ କୃଷ୍ଣଦାସପୁର ସ୍ଥିତ ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ରାଜ୍ୟ ସ୍ତରୀୟ ବ୍ଲଡ ହିରୋ ସମ୍ମାନରେ ସମ୍ମାନିତ କରାଯାଇଛି। ଶିକ୍ଷକ ନିରଞ୍ଜନ ବିଶ୍ୱାଳ ବିଦ୍ୟାଳୟରେ ପାଠ ପଢ଼ାଇବା ସହିତ ବହୁତ ସମାଜସେବା କାର୍ଯ୍ୟ କରିଥାନ୍ତି। ଦୁର୍ଘଟଣା ଗ୍ରସ୍ତ ଆହତ ବ୍ୟକ୍ତିଙ୍କୁ ରକ୍ତ ଯୋଗାଇ ଦେବା ସହିତ ବିଭିନ୍ନ ସମୟରେ ନିଜେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ନିଜର ଜୀବନ ସାର୍ଥକ କରିଥାନ୍ତି। ଗୋଟିଏ ବର୍ଷ ଭିତରେ ଚାରି ଥର ରକ୍ତ ଦାନ କରି ସେ ରେଡକ୍ରସ୍ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଠାରୁ ଏହି ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ସମାରୋହରେ ମୂଖ୍ୟ ଅତିଥି ଭାବରେ କମିଶନରେଟ୍ ପୋଲିସ ଅଧିକାରୀ ଲଳିତେନ୍ଦୁ ମହାନ୍ତି ଯୋଗ ଦେଇଥିବା ବେଳେ ଡ.ଦେବିପ୍ରସାଦ ରଥ, ବ୍ଲଡ ବ୍ୟାଙ୍କ୍ ଅଫିସର ଡ.ପ୍ରଦୀପ କୁମାର ମହାରଣା, ସମ୍ ହସ୍ପିଟାଲ ମେଡିକାଲ ଅଫିସର ଡ.ଗିରିଜା ନନ୍ଦିନୀ କାନୁନଗୋ, ବାଗଚି କ୍ୟାନ୍ସର ହସ୍ପିଟାଲର ମେଡ଼ିକାଲ ଅଫିସର ଡ.ସନ୍ତୋଷ କୁମାର ମିଶ୍ର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ୟାଇ ଆର୍ ସିଓ ରମେଶ ଚନ୍ଦ୍ର ବେହେରା ଏବଂ ଜେ ଆର୍ ସି ଓ ଲକ୍ଷ୍ମଣ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ।ଏଥିପାଇଁ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ତପନ ଜେନା,ଜିଲ୍ଲା ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ,ରାଜ୍ୟ ରେଡ଼କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ବାଇଁ , ବଡ ଭାଈ ତଥା ଗୁରୁ ରାମ ନାରାୟଣ ଦାସ ଏବଂ ପରିବାରବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।


ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

أحدث أقدم
Header ADS