କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
(ମଣିଭଦ୍ରା ଖବର) ଦଶପଲ୍ଲା ବ୍ଳକ କଳସାଖମଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠରେ ଆଜି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ। ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୮ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟ ସ୍ତରିୟ ଲୋକୟତ ଶିଶୁ ପ୍ରତିଭା କୁ ଲୋକଲୁଚନକୁ ଆଣିବା ସକାଶେ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ କଳା, ନୈପୁଣ୍ୟ ପ୍ରଦର୍ଶନୀ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ୟାମଘନ ମଲ୍ଲିକ ଉଦ୍ୟମରେ ଆଜିର କାର୍ଯ୍ୟ କ୍ରମରେ କଳସାଖମଣ ସରପଞ୍ଚ ରସ୍ମିତ ମଳିକ ଓ ସମିତି ସଭ୍ୟ ସରୋଜ ମଳିକ ଯୋଗ ଦେଇ କୁଇଜ୍, ତର୍କ , ଚିତ୍ରାଙ୍କନ, କଣ୍ଠ , ସଙ୍ଗୀତ ହସ୍ତକଳା, ଭଳି ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଆକାଶ କୁମାର ନାୟକ, ନୂଆଗାଁ
إرسال تعليق