ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଣିଆ(ମଣିଭଦ୍ରା ଖବର) ବିଜୁ ଜନତା ଦଳ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଆସନ୍ତା ମାସ ତା-୦୨ ଅକ୍ଟୋବର ୨୦୨୪ ଠାରୁ ତା-୩୦ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟ ରେ ଜନ ସମ୍ପର୍କ ପଦଯାତ୍ରା ଓ ତା-୦୯ ଅକ୍ଟୋବର ୨୦୨୪ ଠାରୁ ତା-୦୯ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ହେବାକୁ ଥିବା ବିଜୁ ଜନତା ଦଳ ର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଦଳୀୟ କର୍ମକର୍ତ୍ତା ଓ ଜନ ପ୍ରତିନିଧି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଦଳୀୟ କର୍ମୀଙ୍କୁ ଅବଗତ କରାଇଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଳକରେ ଜନ ସମ୍ପର୍କ ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନ୍ବିତ କରିବାକୁ ସଂଗଠକ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment