BREAKING
Loading...
:

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଇକେଲ ରାଲି

 ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଇକେଲ ରାଲି


କଟକ ତା ୨୯.୧୦.୨୦୨୪ (ମଣିଭଦ୍ରା ଖବର) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି କଟକ ଭଜିଲାନସ୍ ବିଭାଗ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏସ୍‌. ପି. ଭିଜିଲାନସ୍ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ଆଜି ସକାଳ ୭ଟା ୩୦ ମିନିଟ ମନିଟ ସମୟରେ ନୂଆପାଟଣାସ୍ଥିତ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରୁ ଏହି ରାଲି ବାହାରି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ରାଲିରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ସାଇକେଲ ଚାଳକ ଅଂଶଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଦୁର୍ନୀତି ନିବାରଣ ସପ୍ତାହ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଆସନ୍ତାକାଲି ପ୍ରାୟ ୧୩୦୦ କଲେଜ ଛାତ୍ରଛାତ୍ରୀ ଏବଂ ଅଧିକାରୀ ତଥା କର୍ମଚାରୀମାନଙ୍କୁ ନେଇ ଏକ ୱାକାଥନ୍ ଆୟୋଜନ କରାଯାଇଛି । ଏହି ୱାକାଥନ୍ ଜୋବ୍ରା ଆନିକଟ୍ ନିକଟରୁ ବାହାରି ରେଭେନ୍‌ସା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯିବ । ଆସନ୍ତା ୨ ତାରିଖରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସାଧାରଣ ସଭା ଆୟୋଜନ କରାଯାଇଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS