ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଇକେଲ ରାଲି
କଟକ ତା ୨୯.୧୦.୨୦୨୪ (ମଣିଭଦ୍ରା ଖବର) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି କଟକ ଭଜିଲାନସ୍ ବିଭାଗ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏସ୍. ପି. ଭିଜିଲାନସ୍ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ଆଜି ସକାଳ ୭ଟା ୩୦ ମିନିଟ ମନିଟ ସମୟରେ ନୂଆପାଟଣାସ୍ଥିତ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରୁ ଏହି ରାଲି ବାହାରି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ରାଲିରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ସାଇକେଲ ଚାଳକ ଅଂଶଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଦୁର୍ନୀତି ନିବାରଣ ସପ୍ତାହ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଆସନ୍ତାକାଲି ପ୍ରାୟ ୧୩୦୦ କଲେଜ ଛାତ୍ରଛାତ୍ରୀ ଏବଂ ଅଧିକାରୀ ତଥା କର୍ମଚାରୀମାନଙ୍କୁ ନେଇ ଏକ ୱାକାଥନ୍ ଆୟୋଜନ କରାଯାଇଛି । ଏହି ୱାକାଥନ୍ ଜୋବ୍ରା ଆନିକଟ୍ ନିକଟରୁ ବାହାରି ରେଭେନ୍ସା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯିବ । ଆସନ୍ତା ୨ ତାରିଖରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସାଧାରଣ ସଭା ଆୟୋଜନ କରାଯାଇଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment