BREAKING
Loading...
:

ଭିନ୍ନ ଢ଼ଙ୍ଗରେ ବାଲ୍ୟ ବିବାହ ମୁକ୍ତ ନୟାଗଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 ଭିନ୍ନ ଢ଼ଙ୍ଗରେ ବାଲ୍ୟ ବିବାହ ମୁକ୍ତ ନୟାଗଡ ସଚେତନତା 

ଗଣିଆ (ମଣିଭଦ୍ରା ଖବର) ବାଲ୍ୟ ବିବାହ ଦିନକୁ ଦିନ ଏକ ବ୍ୟାଧିରେ ପରିଣତ ହେଲାଣି । ଅନେକ ସଚେତନତା ଶୋଭାଯାତ୍ରା ଠାରୁ ଆରମ୍ଭ କରି ପଥପ୍ରାନ୍ତ ନାଟକ ପର୍ଯ୍ୟନ୍ତ ହେଉଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ତେବେ ଏକ ଭିନ୍ନ ଢ଼ଙ୍ଗରେ ବାଲ୍ୟ ବିବାହ ମୁକ୍ତ ନୟାଗଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଟି ଦୀପରେ ବାଲ୍ୟ ବିବାହ ମୁକ୍ତ ନୟାଗଡ ଲେଖିବା ସହିତ ଦୀପ ଜାଳି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । 


ସଭାପତି ଉଷା ପଟ୍ଟନାୟକ, ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଦି ଆପଣଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ଖବର ପାଉଛନ୍ତି ତେବେ ତୁରନ୍ତ ଆଶା, ଅଙ୍ଗନବାଡ଼ି କର୍ମୀ, ସିଡ଼ିପିଓ, ପୋଲିସ,ସରପଞ୍ଚ,ଚାଇଲ୍ଡ ଲାଇନ ଏବଂ ୧୦୯୮କୁ କଲ୍ କରି ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସଂଗଠନ ତରଫରୁ ନିବେଦନ କରାଯାଇଛି । ଜନସାଧାରଣ ସଚେତନ ହେଲେ ନୟାଗଡ ଜିଲ୍ଲା ନିଶ୍ଚିତ ବାଲ୍ୟ ବିବାହ ମୁକ୍ତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ

Post a Comment

Previous Post Next Post
Header ADS