ଏନଆରଟିଏସ ପରୀକ୍ଷା ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ତାରିଖ ଘୋଷଣା
ଭୁବନେଶ୍ଵର (ମଣିଭଦ୍ରା ଖବର) ବାତ୍ୟା 'ଦାନା' ପାଇଁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ଅକ୍ଟୋବର ୨୩ ଓ ୨୫ରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆରଟିଏସ) ପରୀକ୍ଷା ୨୦୨୪ ଓ ପ୍ରାଥମିକ ବୃତ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏନଆରଟିଏସ ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ପାଇଁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଜାରି ହୋଇ ସାରିଥିଲା ।
ମାତ୍ର ବାତ୍ୟା କାରଣରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା କେବେ ହେବେ ସେନେଇ ସୂଚନା ଜାରି କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶା, କଟକ ତରଫରୁ କୁହାଯାଇଥିଲା ।
ତେବେ ଏନଆରଟିଏସ ପରୀକ୍ଷା ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ୨୦୨୪ ତାରିଖ ଘୋଷଣା କରାଯାଇଛି । ନଭେମ୍ବର ମାସ ୫ ତାରିଖ (ମଙ୍ଗଳବାର) ଦିନ ଏନଆରଟିଏସ୍ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ । ନଭେମ୍ବର ୬ ତାରିଖରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା (ବୁଧବାର) ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପରୀକ୍ଷା ଚାଲିବ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment