ଚାରିଛକ ରେ ଦରଦାମ ବୃଦ୍ଧି ଲାଗି ଚାରିଛକ ଥାନା ଅଧିକାରୀଣୀଙ୍କ ଚଢ଼ାଉ ।
ନିମାପଡା :- (ମଣିଭଦ୍ରା ଖବର) ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ବଜାରରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ ଓ ତାଙ୍କ ତିମି ଆସି ଚାରିଛକ ରେ ଥିବା ସବୁଦିନିଆ ହାଟ ସହିତ ବିଭିନ୍ନ ଗ୍ରୋସରି ପରିବା ଦୋକାନରେ ଅଚାନକ ଚଢ଼ାଉ କରିଥିଲେ । ଖବର ରୁ ପ୍ରକାଶ ଯେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଦାନା ବାତ୍ୟା ହେବାର ଦେଖି କେତେକ ବେବ୍ୟସାୟୀ ମନ ଇଚ୍ଛାରେ ଚଢା ଦରରେ ପରିବା, ଗ୍ରସରି ବିକ୍ରି ହେଉଥିବା ଖବର ପାଇ ଚାରିଛକ ଥାନା ଅଧିକାରୀଣି ଶ୍ରୀମତୀ ବିଶ୍ୱାଳ ଆସି ଚଢ଼ାଉ କରିବା ସହିତ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ବୁଝାଇ କହିଥିଲେ । ଏହି ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ରେ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଥାନା ଅଧିକାରୀଣି ଶ୍ରୀମତୀ ବିଶ୍ୱାଳ ଙ୍କ ଏପରି ଏକ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق