BREAKING
Loading...
:

୭ ଦିନ ଭିତରେ ମିଳିବ କ୍ଷତିପୂରଣ

 ୭ ଦିନ ଭିତରେ ମିଳିବ କ୍ଷତିପୂରଣ 


ଭୁବନେଶ୍ଵର ( ମଣିଭଦ୍ରା ଖବର) ୭ ଦିନ ଭିତରେ ମିଳିବ କ୍ଷତିପୂରଣ। ବାତ୍ୟା ସମୀକ୍ଷା ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା, ରବିବାରଠାରୁ ଫିଲଡ଼ ଷ୍ଟାଫ କ୍ଷୟ କ୍ଷତି ଆକଳନ କରିବେ। ରାଜସ୍ବ, କୃଷି, ପରିସଂଖ୍ୟାନ ଏବଂ ସମବାୟ ଅଧିକାରୀମାନେ ଫିଲଡ ଯାଇ କ୍ଷେତ୍ର ପରିଦର୍ଶନ କରି କ୍ଷୟଖତି ଆକଳନ କରିବେ। ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ। ୪୮ ଘଣ୍ଟାରେ ଆକଳନ ଶେଷ କରିବାକୁ ଏବଂ ସାତ ଦିନ ଭିତରେ ସହାୟତା ଦିଆଯିବାକୁ ଚେଷ୍ଟା କରାଯିବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ପାଗ ଅନୁକୂଳ ହେଲେ ଏରିୟଲ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ କ୍ଷତିଗ୍ରସ୍ତ ହୋଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS