BREAKING
Loading...
:

କେଶବ ସାରଙ୍କୁ ମିଳିଲା ରାଷ୍ଟ୍ର ନିର୍ମାତା ସମ୍ମାନ

 କେଶବ ସାରଙ୍କୁ ମିଳିଲା ରାଷ୍ଟ୍ର ନିର୍ମାତା ସମ୍ମାନ 

ଗଣିଆ (ମଣିଭଦ୍ରା ଖବର)ନୟାଗଡ଼ ରୋଟାରୀ କ୍ଳବ୍ ତରଫରୁ ନୟାଗଡ ଜିଲ୍ଲାର ୮ଟି ବ୍ଳକର ଜଣେ ଜଣେ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ସମ୍ମାନରେ ସମ୍ମାନୀତ କରାଯାଇଥିବା ଜଣାପଡ଼ିଛି । ଏହି ଅବସରରେ ଗଣିଆ ବ୍ଳକ ପତୁରିଆ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ କେଶବ ଚନ୍ଦ୍ର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । 

ରୋଟାରୀ କ୍ଳବ୍ ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ନୟାଗଡ଼ ପୈାରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ରୀ ନାୟକ ଜଣେ ଉତ୍ତମ ଶିକ୍ଷକ ସହିତ କଳା, ସାହିତ୍ୟ ଏବଂ ଜଣେ କବି ଭାବରେ ବେଶ୍ ପରିଚିତ । ଏହି ପୁରସ୍କାର ପାଇବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS