BREAKING
Loading...
:

ଗଣିଆରେ ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ପାଳିତ

 ଗଣିଆରେ ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ପାଳିତ 

ଗଣିଆ ( ମଣିଭଦ୍ରା ଖବର) ସାରା ଭାରତରେ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଗଣିଆ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ‌। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ କିଶୋର ପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ରାଉତ ,ବେଲପଡାପାଟଣା ହିନ୍ଦୀ ଶିକ୍ଷକ ନବକିଶୋର ମହାରଣା, ଘୋଳାହାଣ୍ଡି ହିନ୍ଦୀ ଶିକ୍ଷକ ସୁରେଶ କୁମାର ସାହୁ,ଦୁଖାପଲ୍ଲୀ ହିନ୍ଦୀ ଶିକ୍ଷକ ବିଜୟ କୁମାର ସେଣ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନେ ଆଜିର ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ହିନ୍ଦୀ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଅତିଥି ମାନେ ମତ ଦେଇଥିଲେ ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS