ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡେଇ ହଣିଲେ ଦୃବୁତ୍ତ।
ଭାପୁର (ମଣିଭଦ୍ରା ଖବର) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଯୁବକକୁ ଗୋଡେଇ ଗୋଡେଇ ଧାରୁଆ ଅସ୍ତ୍ରରେ ହାଣିଲେ କିଛି ଦୃବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଫତେଗଡ ଥାନା ଅନ୍ତର୍ଗତ ଭଗବାନପୁର ଗାଁରେ। ଗୁରୁତର ଭାବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ କୁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି ।
ଉକ୍ତ ଗ୍ରାମର ଯୁବକଙ୍କ ନାମ ଅଖିଳ କୁମାର ସାହୁ ଅଟେ। ଖବର ପାଇ ଘଟଣା ସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ସ୍ଥଳରୁ ଦୃବୃତ୍ତ ମାନେ ଫେରାର ଥିବା ଜଣା ପଡ଼ିଛି। ନିର୍ବାଚନ ପୂର୍ବରୁ ମଧ୍ୟ ଏହି ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ସହ ଆକ୍ରମଣ ଘଟଣା ଦେଖିବାକୁ ମିଳିଥିଲା।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق