ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ ( ମଣିଭଦ୍ରା ଖବର)ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର ୧୮)ରେ କେନ୍ଦ୍ର କ୍ୟାବିନେଟ ଗୋଟିଏ ଦେଶ, ଗୋଟିଏ ନିର୍ବାଚନରେ ଉପସ୍ଥାପିତ ହୋଇଥିବା ରିପୋର୍ଟକୁ ଅନୁମୋଦନ କରିଛି। ସୂଚନାନୁସାରେ, ସଂସଦର ଆଗାମୀ ଶୀତ ଅଧିବେଶନରେ ୱାନ ନେସନ-ୱାନ ଇଲେକଶନ ବିଲ ଉପସ୍ଥାପିତ ହେବ।
ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚରେ ଲୋକ ସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସମ୍ମୁଖରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ମୋଦି ୩.୦ ର ୧୦୦ଦିନିଆ କାର୍ଯ୍ୟସୂଚୀରେ ୱାନ ନେସନ-ୱାନ ଇଲେକଶନର ରିପୋର୍ଟକୁ କ୍ୟାବିନେଟ ଆଗରେ ସ୍ଥାନିତ କରାଯାଇଛି।
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ସେପ୍ଟେମ୍ବର ୧୭ରେ କହିଥିଲେ ଯେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବେ। ଏହାପୂର୍ବରୁ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ଦୃଢ ସମର୍ଥନ କରିଥିଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق