ମୋହନ ସରକାରଙ୍କ ସଫଳତାର ୧୦୦ ଦିନ
ଭୁବନେଶ୍ଵର (ମଣିଭଦ୍ରା ଖବର) ଆଜି ଲୋକଙ୍କ ସରକାରର ସଫଳତାର ୧୦୦ ଦିନ ପୂରଣ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ସମର୍ଥନରେ ଆମ ସରକାରକୁ ସେବା କରିବାର ଏକ ସୁଯୋଗ ମିଳିଛି। ଆମେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଯେଉଁ ସଂକଳ୍ପ ନେଇଥିଲୁ ଆଜି ତାହା ପୂରଣ ହେଉଛି। ଆମ ସଂକଳ୍ପ ପତ୍ର ଆମର ଧର୍ମ ଗ୍ରନ୍ଥ, ସଂକଳ୍ପ ପୂରଣକୁ ପ୍ରାଥମିକତା ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ମହିଳା ସଶକ୍ତୀକରଣକୁ ଆହୁରି ବ୍ୟାପକ କରିବା ନିମନ୍ତେ ପ୍ରୟାସ ଜାରି ରହିଛି।
ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲି ସରକାର ଓଡ଼ିଆ ଅସ୍ମିତାର ପୁନଃପ୍ରତିଷ୍ଠା ପ୍ରତି ଥିବା ଆମ ସରକାରଙ୍କ ଆନ୍ତରିକତାକୁ ଓଡ଼ିଶାବାସୀ ସ୍ଵଚକ୍ଷୁରେ ଦେଖିଛନ୍ତି। ଏଥିସହ ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠିର ବ୍ୟବସ୍ଥା କରିଛନ୍ତି ଆମ ସରକାର।
ମାତୃଶକ୍ତିଙ୍କୁ ସମ୍ମାନ ଜଣାଇ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ଯଦ୍ୱାରା ରାଜ୍ଯର ମୋଟ ୨୫ ଲକ୍ଷରୁ ଅଧିକ ମା' ମାନେ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ମୋଟ ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
କୃଷକମାନଙ୍କ ଆର୍ଥିକ ସ୍ଥିତିକୁ ସଶକ୍ତ କରିବା ନିମନ୍ତେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବ୍ୟୟବରାଦ ମୋଟ ୩୬% ବୃଦ୍ଧି କରାଯାଇଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق