BREAKING
Loading...
:

ଦୁର୍ଘଟଣାରେ ଯୁବକ ଗୁରୁତର

 ଦୁର୍ଘଟଣାରେ ଯୁବକ ଗୁରୁତର 

କଟକ(ମଣିଭଦ୍ରା) ଆଠଗଡରୁ ଧବଳେଶ୍ବର ରାସ୍ତାର ଦହିସରା ନିକଟରେ ସଡକ ଦୁର୍ଘଟଣାରେ ଯୁବକ ଗୁରୁତର ହୋଇଛନ୍ତି। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ ବଡମ୍ବା ଅଞ୍ଚଳର ଦୁଇ ଜଣ ଯୁବକ ହରେଶ ନାୟକ ଓ ସୁଦାମ ନାୟକ  ବାଇକ ଯୋଗେ କଟକ ଯାଉଥିଲେ। ସନ୍ଧ୍ୟା ସମୟରେ ଝିପି ଝିପି ବର୍ଷା ତଥା ଘଟଣା ସ୍ଥଳରେ ରାସ୍ତା କାମ ପାଇଁ ଠିକାଦାର ବେପରୁଆ ଭାବରେ  କଳା ମୁଗୁନି ପଥର ରାସ୍ତା ଉପରେ ରଖିଥିଲା। ଉଭୟ ବାଇକରେ ଯାଉଥିବା ସମୟରେ କଳା ମୁଗୁନି ପଥର ଉପରେ ବାଇକ ଧକ୍କା ମାରି ଦେବା ସହ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ। ଗୁରୁତର ଆହତ ହେଲେ ବଡମ୍ବା ର ହରେଶ ନାୟକ(୩୦) ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ପ୍ରକାଶ।

ମାନସ କୁମାର ସାହୁ,କଟକ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS