BREAKING
Loading...
:

ଆଜିର ତାଜା ଖବର (ମଣିଭଦ୍ରା ଖବର)

  ଆଜିର ତାଜା ଖବର (ମଣିଭଦ୍ରା ଖବର)

ତାରିଖ:୧୩/୦୯/୨୪, ଶୁକ୍ରବାର 

୧-ଭୁବନେଶ୍ୱର:୪୭୬ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ୱର:୧୮ରୁ  ୧ ଯାଏଁ ହେବ ଯୁକ୍ତ ଦୁଇ ଫର୍ମ ପୂରଣ।ଅକ୍ଟୋବର ୪ରୁ ୧୪ ତିରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ଟଙ୍କା ଫାଇନ୍।

୩-ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମ୍‌ ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

୪-କମିଶନରେଟ୍ ପୋଲିସର ଅପରେସନ କ୍ଲିନ୍ । ଉପରମୁହାଁ ଅପରାଧୀଙ୍କୁ ପାର୍ବଣରେ ଜେଲ ପଠାଇବାକୁ ନିର୍ଦ୍ଦେଶ।

୫-ଦେଓଗାଁ: ଝାଡ଼ାବାନ୍ତିରେ ୨ ମୃତ,୫ ଗୁରୁତର, ଗାଁରେ ସ୍ବାସ୍ଥ୍ୟ ବିଭାଗର ଅସ୍ଥାୟୀ ଶିବିର।

୬-ଡେଙ୍ଗୁ ସଂକ୍ରମିତ ସଂଖ୍ୟା ୫ ହଜାର ଟପିଲା, ସୁନ୍ଦରଗଡରେ ସର୍ବାଧିକ।

୭-ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... ଆସୁଛନ୍ତି ମା’ ଜଗତ ଜନନୀ ।

୮-ଭୁବନେଶ୍ୱର:୨୪ ଘଣ୍ଟାରେ ଲଘୁଚାପ, ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା।

୯-ସୋସିଆଲ ମିଡ଼ିଆରେ  ସମାଲୋଚନା  ପାଇଁ ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ।

୧୦-ଭୁବନେଶ୍ୱର:ଏଣିକି ୟୁଜ୍‌ ଆଣ୍ଡ୍‌ ଥ୍ରୋ କପ୍‌ରେ ଚା’ ବିକ୍ରି ମନା, ନିର୍ଦ୍ଦେଶନାମା ଜାରି କଲା ବିଏମ୍‌ସି।

୧୧-ଜରାଜୀର୍ଣ୍ଣ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡ଼ଖାଇ, ହଜିବାକୁ ବସିଛି ଐତିହ୍ୟ କୀର୍ତ୍ତିରାଜି।

୧୨-ପିପିଲି: ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌, ପୁଣି ବ୍ଲାକ ପଲସର ଆତଙ୍କ।

୧୩-ମୋଟ୍ ପଦବୀର ମାତ୍ର ୧% ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ନୂଆ ଗାଇଡ୍‌ଲାଇନ୍‌ ଆଣିଲେ ମୋହନ ସରକାର।

୧୪-ଡରାଇଲାଣି ସ୍କ୍ରବ୍ ଟାଇଫସ୍ । ବରଗଡ ଜିଲ୍ଲାରେ ଆଉ ଜଣଙ୍କର ମୃତ୍ୟୁ ସନ୍ଦେହ । ଗାଁରେ ପହଞ୍ଚିଲା ମେଡିକାଲ ଟିମ୍।

୧୫-ଆସନ୍ତା ୧୮ରେ ରତ୍ନଭଣ୍ଡାର ଯାଞ୍ଚ, ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା।

୧୬-ଆଦାନୀ ହାତକୁ ଯିବ ଗୋପାଳପୁର ପୋର୍ଟ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍ କୁ ଦିଆଯିବ।

୧୭-ଚାନ୍ଦିପୁର:ସ୍ୱଳ୍ପ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ରଭିଏଲ-ଏସଆରଏସଏଏମର ସଫଳ ପରୀକ୍ଷଣ କଲା ଭାରତ।

୧୮-ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମିଳିଲା ମଞ୍ଜୁରୀ।

୧୯-ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ।

୨୦-ମାଲକାନଗିରି:ସାତ ଦିନ ମଧ୍ୟରେ ବର୍ଷା ଜନିତ ସମସ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ। 

୨୧-ବିଶିଷ୍ଟ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।


 ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS