BREAKING
Loading...
:

କିଶୋର ପ୍ରସାଦ ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

 କିଶୋର ପ୍ରସାଦ ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର)  ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁ ରହିଥିବା  ବେଳେ କିଶୋର ପ୍ରସାଦ ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  କିଶୋର ପ୍ରସାଦ ପଞ୍ଚାୟତ ଠାରୁ  ବଜାର ପରିକ୍ରମା କରି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଗୀତାଞ୍ଜଳି ବେହେରା, ନାରୀନେତ୍ରୀ ରଞ୍ଜୁଲତା ପଣ୍ଡା, ସାମାଜିକ କର୍ମୀ ବିଜୟ କୁମାର ବେହେରା,ଏମବିକେ, ସିଆରପି, କାର୍ଯ୍ୟ ନିର୍ବାହୀ ଅଧିକାରୀ , ଓ୍ବାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ସରପଞ୍ଚ ସ୍ବଛତା ଶପଥ ପାଠ କରାଇଥିଲେ । ପରିବେଶ ସୁରକ୍ଷା ରଖିବାକୁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଇନ୍ଦିପଟା ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଆଗାମୀ ଦିନରେ ପଞ୍ଚାୟତ ବିଭିନ୍ନ ଗ୍ରାମରେ ଥିବା ଅପରିଷ୍କାର, ଆବର୍ଜ୍ଜନା ସ୍ଥାନକୁ  ପରିସ୍କାର କରିବାକୁ ସମସ୍ତେ ଆଗେଇ ଆସିବାକୁ ସରପଞ୍ଚ ପରାମର୍ଶ ଦେଇଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS