ସମସ୍ୟାର ମାୟା ଜାଲରେ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର
ନୂଆଗାଁ (ଆକାଶ କୁମାର ନାୟକ) ମେଡିକାଲ୍ ଅଛି ନା ଅଛନ୍ତି ଡାକ୍ତର ନା ଅଛନ୍ତି ନର୍ସ । ଏ ଦୃଶ୍ୟଟି ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଳକ ନୂଆଗାଁ ପଞ୍ଚାୟତର ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ । ଡାକ୍ତର, ନର୍ସ ଓ ଆମ୍ଭୁଲାନ୍ସ ସେବାମଧ୍ୟ ନାହିଁ। ଏଠାରେ ୨ ଟି ପଞ୍ଚାୟତର ଜନସାଧାରଣ ପାଖାପାଖି ୧୨୦୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ଏହି ଅଞ୍ଚଳରେ ବିଭିନ୍ନ ସମସ୍ୟା ମଧ୍ୟରୁ ସ୍ଵାସ୍ଥ୍ୟ ସମସ୍ୟା ଅନ୍ୟତମ। ଏଠାରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଏବଂ ଡାଇରିଆ, ଝାଡ଼ାବାନ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ସାପ କାମୁଡା, ଓ ବିଲେଇ କାମୁଡା ଓ ବିଭିନ୍ନ ପଶୁ,ଜନ୍ତୁ କାମୁଡା ଚିକିତ୍ସା ପାଇଁ ହଇରାଣ, ହରକତ, ହୋଇ ଏଠାରୁ ପ୍ରାୟ ୫୦ କି.ମି ଦୂର ଗଞ୍ଜାମ ଜିଲ୍ଲା ଭଞ୍ଜନଗର କିମ୍ବା ଦଶପଲ୍ଲା, ନୟାଗଡ଼ ଯାଇ ଚିକିତ୍ସିତ ହେଉଛନ୍ତି। ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର, ନର୍ସ ଓ ଆମ୍ଭୁଲାନ୍ସ ସେବା ଠିକରେ ମିଳୁନଥିବା ବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ସରକାରଙ୍କ ଦୃଷ୍ଟି କେବେ ପଡିବ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ? କେବେ ଦୂରହେବ ଏହି ୩ ଟି ସମସ୍ୟା ?
إرسال تعليق