BREAKING
Loading...
:

କଲେଜ କତୃପକ୍ଷଙ୍କ ଅସହଯୋଗ ବିରୁଦ୍ଧରେ ୧୮ରୁ ଧାରଣା ଦେବେ କନିଷ୍ଠ କିରାଣି

 କଲେଜ କତୃପକ୍ଷଙ୍କ ଅସହଯୋଗ ବିରୁଦ୍ଧରେ ୧୮ରୁ ଧାରଣା ଦେବେ କନିଷ୍ଠ କିରାଣି 

ବ୍ୟୁରୋ (ମଣିଭଦ୍ରା ଖବର)  ଅବସର ଗ୍ରହଣ କରିବାର ୪ ବର୍ଷ ବିତିଗଲାଣି କିନ୍ତୁ ମିଳିନି ପେନସନ । ଏହାର ପ୍ରତିବାଦରେ ୧୮ ତାରିଖରୁ ନିଜ ପତ୍ନୀଙ୍କ ସହିତ ଆମରଣ ଅନଶନରେ ବସିବେ ଅବସରପ୍ରାପ୍ତ କର୍ମଚାରୀ ଜଣକ । ଘଟଣାକୁ ଅନୁସନ୍ଧାନ କଲେ ଜଣାଯାଏ ଯେ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର କନିଷ୍ଠ କିରାଣି ରବିନ୍ଦ୍ରନାଥ ମିଶ୍ର ୨୦୨୦ ଜୁନ ୩୦ରେ ଅବସର ଗ୍ରହଣ କରିଛନ୍ତି । ଅବସର ସମୟରେ ତାଙ୍କର ସମସ୍ତ ଇପିଏଫ ଓ ପେନସନ କାର୍ଯ୍ୟର କାଗଜପତ୍ର ତୁରନ୍ତ ଶେଷ କରିବାକୁ ସେ କଲେଜ କତୃପକ୍ଷଙ୍କୁ ନିବେଦନ କରିଥିଲେ । କିନ୍ତୁ ଅବସର ଗ୍ରହଣ କରିବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ କଲେଜ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି । ବାରମ୍ବାର ସେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ଫଳରେ ଶ୍ରୀମିଶ୍ର କଲେଜ କତୃପକ୍ଷଙ୍କ ଅପାରଗତା ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଆସନ୍ତା ୧୮ ତାରିଖରୁ କଲେଜ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେ ଏ ସମ୍ପର୍କରେ କଲେଜ କତୃପକ୍ଷ ଏବଂ କଣ୍ଟିଲୋ ଫାଣ୍ଡି ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ତେବେ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ରଣଜିତ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ୩/୪ ଦିନ ମଧ୍ୟରେ ତାଙ୍କର ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ ଜଣାଇଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS