ସୁଭଦ୍ରା ଯୋଜନାର ସଫଳତା ପାଇଁ ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ
କେନ୍ଦ୍ରାପଡ଼ା(ମଣିଭଦ୍ରା ଖବର ) ରାଜ୍ୟ ସରକାରଙ୍କ ମହତାକାଂକ୍ଷୀ ସୁଭଦ୍ରା ଯୋଜନାର ସଫଳତା ପାଇଁ ସୁଭଦ୍ରା ହେଲ୍ପ ଲାଇନରେ ଆସୁଥିବା ଅଭିଯୋଗର ତଦନ୍ତ କରି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ ସୁଭଦ୍ରା ଫର୍ମ ଆବେଦନ ବା ପଞ୍ଜିକରଣ ସମୟରେ ଜନସେବା କେନ୍ଦ୍ର / ମୋ ସେବା କେନ୍ଦ୍ର କୌଣସି ଅର୍ଥ ଦାବି କରି ପାରିବେ ନାହିଁ। ସୁଭଦ୍ରା ହେଲ୍ପ ଲାଇନ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ମୋଟ 80 ଗୋଟି ଅଭିଯୋଗ ଜିଲ୍ଲା ପ୍ରଶାସନ ନିକଟରେ ପହଂଚିବା ପରେ ଏହାର ସତ୍ୟତାକୁ ତଦନ୍ତ କରାଯାଇ 4 ଟି କେସରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ 2 ଜଣ ଜନସେବା କେନ୍ଦ୍ର ଅପରେଟର ଓ ଜଣେ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଆଜି ସୁଭଦ୍ରା ଫର୍ମ ଦାଖଲ ବେଳେ ଅର୍ଥ ଦାବି କରିବାରୁ ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହିପାଟଣା ଗ୍ରାମ ପଂଚାୟତ ଜନ ସେବା କେନ୍ଦ୍ରର ଅପରେଟର ସଂଜୀବ କୁମାର ପ୍ରଧାନଙ୍କ ଜନସେବା କେନ୍ଦ୍ର ସାର୍ଟିଫିକେସନ ଆଇଡ଼ିକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ତୁରନ୍ତ ଅଚଳ କରିବାକୁ ନିର୍ଦେଶ ଦେଇଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق