BREAKING
Loading...
:

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସିଲା ସୁଭଦ୍ରା ଯୋଜନା "SOP",ରାକ୍ଷୀ ପୂର୍ଣିମା ଏବଂ ମହିଳା ଦିବସରେ ମିଳିବ ଟଙ୍କା

 ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସିଲା ସୁଭଦ୍ରା ଯୋଜନା "SOP",ରାକ୍ଷୀ ପୂର୍ଣିମା ଏବଂ ମହିଳା ଦିବସରେ ମିଳିବ ଟଙ୍କା 

 ଭୂବନେଶ୍ବର(ମଣିଭଦ୍ରା ଖବର) ସୁଭଦ୍ରା ଯୋଜନା ର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ର ନିୟମାବଳୀ କୁ କ୍ୟାବିନେଟ ର ଅନୁମୋଦନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।  ୨୧ ବର୍ଷ ରୁ ୬୦ ବର୍ଷ ରୁ କମ ବୟସ ମଧ୍ୟର ମହିଳା ଙ୍କୁ ମିଳିବ ଟଙ୍କା । ଡିବିଟି ମାଧ୍ୟମରେ ମହିଳା ଙ୍କ ଆକାଉଣ୍ଟ କୁ ଯିବ ଟଙ୍କା । ଏକ କୋଟି ରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସ ରେ ମହିଳା ଙ୍କ ଆଉଣ୍ଟ କୁ ଯିବ ୫ ହଜାର ଟଙ୍କା । ୫ ବର୍ଷ ରେ ମହିଳା ମାନଙ୍କ ଆକାଉଣ୍ଟ କୁ ଯିବ ଟଙ୍କା । ସୁଭଦ୍ରା ଡେବିଟି କାର୍ଡ ରେ ଯିବ ଟଙ୍କା । କଲ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର ରେ ଆବେଦନ କରି ପାରିବେ ମହିଳା ମାନେ । ସୁଭଦ୍ରା ଯୋଜନା ର ଡେବିଟ କାର୍ଡ କୁ ଯେଉଁ ହିତାଧିକାରୀ ଅଧିକ ଡ଼ିଜିଟାଲ ମାଧ୍ୟମରେ ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରତି ପଂଚାୟତ ର ୧୦୦ ଜଣ ଏଭଳି ହିତାଧିକାରୀ ଙ୍କୁ ପୁରସ୍କାର ଦିଆଯିବ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS