BREAKING
Loading...
:

ଗଣିଆରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର

 ଗଣିଆରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସଭା ଗୃହରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ରେ ଯୋଗ ଦେଇଥିବା ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ ଯୋଗ ଦେଇଥିବା ବେଳେ ତାଙ୍କୁ ବ୍ଳକ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡ଼ିଓ ଡା ବେବିତା ମଞ୍ଜରୀ ନାୟକ, ତହସିଲଦାର ପ୍ରିତିବାଳା ରଣା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଛାମୁଣ୍ଡିଆ _ବଡମୂଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ରାସ୍ତାରେ ଚାଲିକରି ଯିବା କଷ୍ଟକର ବୋଲି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।

 ରାସନକାର୍ଡ,କୃଷି, ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ ବିଭାଗ ତଥା ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୫୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଗଣିଆରେ ସମସ୍ୟା ଅଧିକ କିନ୍ତୁ ସମାଧାନ କମ୍ ହେଉଥିବାରୁ ଅଭିଯୋଗ ଶୁଣାଣୀକୁ ଆସିବାକୁ ଜନସାଧାରଣ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅଭିଯୋଗ ଗୁଡ଼ିକର ତ୍ଵରିତ ସମାଧାନ କରାଗଲେ ଗରୀବ ନିରିହ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଆଲୋଚନା ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS