BREAKING
Loading...
:

ମହାନଦୀରେ ଭାସି ଯାଉଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

 ମହାନଦୀରେ ଭାସି ଯାଉଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ମହାନଦୀ କୂଳରେ ଅବସ୍ଥିତ ରାଉତପଡା ଗ୍ରାମବାସୀଙ୍କ ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛି ଗୋଟିଏ ହରିଣ । ମହାନଦୀରେ ବଢି ପାଣି ଆସିଥିବା ବେଳେ ନଦୀକୁ ପାଣି ପିଇବାକୁ ଆସିଥିବା ଗୋଟିଏ ହରିଣ ନଦୀରେ ଭାସି ଯାଉଥିଲା । ସ୍ଥାନୀୟ ଲୋକେ ଏ ଦୃଶ୍ୟକୁ ଦେଖି ପ୍ରାଣପଣେ ଚେଷ୍ଟା କରି ହରିଣ ଟିକୁ ପାଣିରୁ ଉଦ୍ଧାର କରିଥିଲେ । ହରିଣଟିକୁ ଉଦ୍ଧାର କରି 

ରାଉତପଡା ଭୋଳେଶ୍ବର ମନ୍ଦିର ସମ୍ମୁଖ ଭାଗକୁ ଅଣାଯାଇଥିଲା । ହରିଣ ଟିକୁ ଦେଖିବାକୁ ଗହଳି ଲାଗି ରହିଥିଲା । ଗ୍ରାମବାସୀଙ୍କ ତରଫରୁ ଏ ନେଇ ଗଣିଆ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ କର୍ମଚାରୀ ହରିଣଟିକୁ ସେଠାରୁ ଉଦ୍ଧାର କରି ବିଭାଗୀୟ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡିଛି । 

ସେଠାରୁ ତାକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ଆଶୁ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଫରେଷ୍ଟର ସନ୍ତୋଷ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଗ୍ରାମର ଅକ୍ଷୟ ବେହେରା,ମାନସ ବେହେରା,ବାପୁନି ବେହେରା,ବାଦଲ ସାହୁ, ସୁରେନ୍ଦ୍ର ସାହୁ ଓ ରାଉତପଡାପ୍ରମୁଖ ସହଯୋଗ କରିଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS