BREAKING
Loading...
:

ଭାପୁର ବ୍ଲକରେ ରାଜନୈତିକ ଉଷ୍ମତା,୨୨ରେ ହେବ ବ୍ଳକ ଅଧ୍ୟକ୍ଷ ନିର୍ବାଚନ

 ଭାପୁର ବ୍ଲକରେ ରାଜନୈତିକ ଉଷ୍ମତା,୨୨ରେ ହେବ ବ୍ଳକ ଅଧ୍ୟକ୍ଷ ନିର୍ବାଚନ

ଭାପୁର (ବିଭୂତି ମହାପାତ୍ର) ଗତ ପଞ୍ଚାୟତ ନିର୍ବାଚନରେ ନୟାଗଡ ଜିଲ୍ଲାରେ ସବୁଠାରୁ ଚର୍ଚ୍ଚାରେ ଥିବା ଭାପୁର ବ୍ଳକରେ କିଛି ଦିନ ପରେ ପୁଣିଥରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ଫଳରେ ସେ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟ ନିର୍ବାଚନ କମିଶନ ତରଫରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସଚିବ ରବିନ୍ଦ୍ର ନାଥ ସାହୁ ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କୁ ନିର୍ବାଚନ କରିବାକୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି । ଆସନ୍ତା ୧୪ ତାରିଖରେ ନିର୍ବାଚନ କମିଶନଙ୍କ ତରଫରୁ ଏନେଇ ନୋଟିସ ପ୍ରଦାନ କରାଯିବ । 

୨୨ ତାରିଖରେ ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ,୧୧ ଘଟିକା ଠାରୁ ୧୧ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ,୧୨ ଘଟିକା ରେ ପ୍ରତ୍ୟାହାର,୧୨.୩୦ ମିନିଟରୁ ୨ ଘଟିକା ମଧ୍ୟରେ ଭୋଟ ଗ୍ରହଣ କରାଯିବ ବୋଲିି ଜଣାପଡିଛି । ଏ ସମ୍ପର୍କରେ ଜଣାପଡିବା ପରେ ଭାପୁର ଚଳଚଞ୍ଚଳ ହୋଇପଡିଛି । ଭାପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଜୋରଦାର ଟକ୍କର ହେଉଥିବା ବେଳେ କ'ଣ ହେବ ଉଭୟ ଗୋଷ୍ଠୀଙ୍କ ରଣନୀତି ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । 

 ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS