ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ମୃତ୍ୟୁରେ ସିପିଏମର ଶୋକସଭା
ଗଞ୍ଜାମ (ମଣିଭଦ୍ରା ଖବର)ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମର ପାଲିଟିବୁରୋ ସଭ୍ୟ ସାଥି ବୁଦ୍ଧଦେବ ଭଟାଚର୍ଯ୍ୟଙ୍କ ଗତକାଲି ମୃତ୍ୟୁ ହୋଇଯାଇଛି।ତାଙ୍କ ମୃତ୍ୟୁରେ ସିପିଏମ ଗଂଜାମ ଜିଲ୍ଲା କମିଟି ଗଭୀର ଦୁଃଖ ପ୍ରକାଶ କରିଛି।ତାଙ୍କ ମୃତ୍ୟୁରେ ପାର୍ଟି ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଅଫିସରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା।ଏଥିରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ ଉପସ୍ଥିତ ରହି ବୁଦ୍ଧଦେବ ଭଟାଚାର୍ଯ୍ୟ ଜଣେ ସରଳ, ସ୍ଵଛ, ସ୍ୱଷ୍ଟବାଦି ଓ ଦୃଢ଼ ପ୍ରଶାସକ ଥିଲେ ବୋଲି କହିଥିଲେ।ତାଙ୍କର 5 ଦଶନ୍ଧିଧରି ରାଜନୈତିକ ଜୀବନ ମଧ୍ୟରେ ସାଧାରଣ ସଭ୍ୟରୁ ପାଳିଟିବ୍ୟୁରୋ ସଭ୍ୟ ଏବଂ ବିଧାୟକ ରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ।2000ରୁ 2011 ପର୍ଯ୍ୟନ୍ତ ତାଙ୍କର ମୁଖ୍ୟମନ୍ତ୍ରୀ ସମୟରେ ପଶ୍ଚିମବଙ୍ଗରେ ଶିଳ୍ପ ବିକାଶରେ ଉଲ୍ଲେଖନିୟ ଅଗ୍ରଗତି ଘଟିଥିଲା।ସେ ତାଙ୍କ ଜୀବନ କାଳ ମଧ୍ୟରେ ଦେଶ ବିଦେଶ ସମ୍ପର୍କରେ ଅନେକ ପୁସ୍ତକ ରଚନା କରିଥିଲେ।
ଭାଷା ଓ ସଂସ୍କୃତିର ବିକାଶ ପାଇଁ ସଦାସର୍ବଦା ସେ ଉଦ୍ୟମ କରିଥିଲେ। ତାଙ୍କର ମୃତ୍ୟୁ ଦେଶର ପ୍ରଗତିଶୀଳ ଆନ୍ଦୋଳନ ପାଇଁ ଏକ ବିରାଟ କ୍ଷତି ସୃଷ୍ଟି କରିବ।ପ୍ରତାପ ଚୌଧୁରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ଶୋକ ସଭାରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ମଧ୍ୟ ସ୍ମୃତିଚାରଣ କରିଥିଲେ।ଗଂଜାମ, କୁକୁଡାଖଣ୍ଡି,ସୋରଡା, ଦିଗପହଣ୍ଡି ,ପାତ୍ରପୁର, ଆସିକା ଆଦି ଶାଖା ମାନଙ୍କରେ ମଧ୍ୟ ଶୋକ ସଭା ଆୟୋଜିତ କରାଯାଇଛି।
ରିପୋର୍ଟ ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ ମଣିଭଦ୍ରା ଖବର
Post a Comment