ରୋଟାରୀ ରୟାଲର ଅଧିଷ୍ଠାନ ଉତ୍ସବ ପାଳିତ, ବିଭୂତି ଭୂଷଣ କର ସଭାପତି
ଭୂବନେଶ୍ବର (ମଣିଭଦ୍ରା ଖବର) ରୋଟାରୀ କ୍ଳବ୍ ଅଫ୍ ଭୂବନେଶ୍ବର ରୟାଲର ୨୩ ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଚଳିତ ରୋଟାରୀ ବର୍ଷ ପାଇଁ କ୍ଳବର ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନୂତନ ସଭାପତିଙ୍କୁ ଶପଥ ପାଠ କରାଇଥିଲେ । ନୂତନ ସଭାପତି ଶ୍ରୀକର ରୋଟିରିଅନ ମାନଙ୍କୁ ସମ୍ବୋଧିତ କରି ଶ୍ରୀ କର କହିଥିଲେ ଯେ ଚଳିତ ରୋଟାରୀ ବର୍ଷକୁ କ୍ଳବ ପକ୍ଷରୁ ସେବା, ସଂକଳ୍ପ ଓ ସମ୍ଭାବନାର ବର୍ଷ ଭାବେ ଅଭିହିତ କରାଯାଇଛି ।
ଉତ୍ସବରେ କ୍ଳବର ସ୍ମରଣିକା " ଦ ରୟାଲ" ଉନ୍ମୋଚିତ ହୋଇଥିଲା । ୬ ଜଣ ରୋଟାରିୟାନ ନୂତନ ସଦସ୍ୟତା ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ପ୍ରାକ୍ତନ ସଭାପତି ତୁଷାର ମହାନ୍ତି, ସଦସ୍ୟତା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଦୀପକ ସେହଗଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment