ଯାତ୍ରୀଙ୍କ ପାଇଁ ବିପଦ ବଢ଼ାଉଛି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବାଣୀବିରୀଘାଟି
ଦଶପଲ୍ଲା (ମଣିଭଦ୍ରା ଖବର) ଯାତ୍ରୀଙ୍କ ପାଇଁ ବିପଦ ପାଲଟୁଛି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକର କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ବାଣୀବିରୀ ଘାଟି।ଦୈନଦିନ ଏହି ରାସ୍ତା ଉପରେ ହଜାର ହଜାର ଗାଡ଼ି ମଟର ଯିବା ଆସିବା କରେ ।କାରଣ ଏହି ରାସ୍ତା ଖୋର୍ଦ୍ଧା - ବଲାଙ୍ଗୀର ର ମୁଖ୍ୟ ରାସ୍ତା । ତେବେ ଏହି ରାସ୍ତାରେ ଥିବା ବାଣୀବିରି ଘାଟି ଉପରୁ ଆଜି ମାଟି ଅତଡ଼ା ଖସି ଯାତ୍ରୀଙ୍କ ପାଇଁ ଭୟ ସୃଷ୍ଟି କରିଛି ।ବିପଦ ଜନକ ଭାବରେ ଗାଡ଼ିମଟର ଏହି ରାସ୍ତା ମଧ୍ୟ ଦେଇ ଯିବା ଆସିବା କରୁଛି ।
ତେବେ ଗତ କିଛିଦିନ ହେବ ଲଗାଣ ବର୍ଷା ହେତୁ ମାଟି ଧୋଇହୋଇ ରାସ୍ତାକୁ ମାଟି ଅତଡ଼ା ଖସିବା ସହ ପଥର ମଧ୍ୟ ଖସୁଥିବା ଶୁଣିବାକୁ ମିଳିଛି ।ବାଣୀବିରି ଘାଟିର ୨ ପାର୍ଶ୍ବରେ ଜାତୀୟ ରାଜପଥ ବିଭାଗ ତରଫରୁ ୨ଟି ସଚେତନତା ମୂଳକ ବୋର୍ଡ ଲଗାଇବା ପାଇଁ ସାଧାରଣ ରେ ଦାବି ଉଠିଛି । ତତ୍ ସହିତ ଯଦି ଆଗାମୀ ଦିନରେ ପୁଣି ଏଭଳି ଭାବରେ ଲଗାଣ ବର୍ଷା ଲାଗିରହେ ତେବେ ରାସ୍ତା ଅବରୋଧ ହେବା ସହିତ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
ଦଶପଲ୍ଲାରୁ ଶିବାନୀ ଦୀପାଞ୍ଜଳୀଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment