BREAKING
Loading...
:

ଖଣ୍ଡପଡା ସୌମ୍ୟ ବିହାରରେ ରକ୍ତଦାନ ଶିବିର ଅନୁଷ୍ଠିତ ।

  ଖଣ୍ଡପଡା ସୌମ୍ୟ ବିହାରରେ ରକ୍ତଦାନ ଶିବିର ଅନୁଷ୍ଠିତ ।

(ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଙ୍ଗଳା ନିକଟସ୍ଥ ସୌମ୍ୟ ବିହାର ଠାରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ସାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଅଛି । ରକ୍ତ ଦାନ ମହା ପୁଣ୍ୟ।ଜଣକ ରକ୍ତରେ ହୁଏତ କୌଣସି ଜଣେ ନିରୀହ ନିଶହାୟ ଅତି ଗରିବ ଲୋକର ଜୀବନ ବଞ୍ଚିଯାଇପାରେ । 

ସ୍ବାସ୍ଥ୍ୟ ହିଁ ସମ୍ପଦ , କିନ୍ତୁ ଜୀବନ ହିଁ ଅମୂଲ୍ୟ ସମ୍ପଦ ।ଏଣୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ତଥା ଆଖ ପାଖ ଅନ୍ୟ ଅଞ୍ଚଳ ରୁ ସମାଜସେବୀ ତଥା ବହୁ ହୃଦୟବାନ ନାରୀ ଓ ପୁରୁଷ ,ରକ୍ତଦାତା ମାନେ ସ୍ଵ ଇଚ୍ଛାରେ ଆସି ଉକ୍ତ ଶିବିରରେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଛି।ଏହି ରକ୍ତ ଦାନ ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ସହ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ.ପ୍ରଦୀପ କୁମାର ପାଇକ ରାୟ , ଡ.ରସ୍ମିକାନ୍ତ ମିଶ୍ର , କାଉନ୍ ସିଲର ଅଜୟ କୁମାର ପଟ୍ଟନାୟକ , ଏଡିଇଓ ଶ୍ରୀମତୀ ସତ୍ୟ ପ୍ରିୟା ସାହୁ ,ଏଲ ଟି ବ୍ଲଡ ସେଣ୍ଟର୍  ସରୋଜ କୁମାର ସାହୁ ,ଏଲ ଟି ଖଣ୍ଡପଡା ବବୁଲ ବେହେରା ,ଦେବେନ୍ଦ୍ର ସାମନ୍ତରାୟ ,ଜିତେନ୍ଦ୍ର ସେଠୀ , ସନ୍ତୋଷ ସାମନ୍ତରାୟ , ସଂଯୁକ୍ତା ମୁଦୁଲି ,ରଞ୍ଜିତା ସାଥୁଆ, ଆଦିତ୍ୟ ସେନାପତି ,ପଞ୍ଚୁ ଦଳେଇ ଆଦି ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ମୋଟ 100 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ବୋଲି ଶିବିର ଅଧିକାରୀ ସୂଚନା ଦେଇଛନ୍ତି।

 ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS