BREAKING
Loading...
:

ଚାରି ରାଜ୍ୟ ବେହେରା ସମାଜ ତରଫରୁ ରୋଜାଲିନଙ୍କୁ ସମ୍ବର୍ଦ୍ଧନା

 ଚାରି ରାଜ୍ୟ ବେହେରା ସମାଜ ତରଫରୁ ରୋଜାଲିନଙ୍କୁ ସମ୍ବର୍ଦ୍ଧନା 

ଗଣିଆ (ମଣିଭଦ୍ରା ଖବର) ବିଏସଏଫରେ ଯବାନ ଭାବେ ନିଯୁକ୍ତି ପାଇଥିବା ଗଣିଆ ବ୍ଳକର ପ୍ରଥମ ବାଳିକା ରୋଜାଲିନ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନିଖିଳ ଉତ୍କଳ ବେହେରା ସମାଜ(ତଅଁଳା) ଚାରି ରାଜ୍ୟ ତରଫରୁ ରୋଜାଲିନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବେହେରା ସମାଜର ପ୍ରଥମ ବାଳିକା ଭାବେ ସେ ଏହି ସଫଳତା ଲାଭ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଚାରିରାଜ୍ୟ ସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପଦେଷ୍ଟା ଅଶୋକ କୁମାର ବେହେରା,ଗଣିଆ ସର୍କଳ ସଭାପତି ଉପେନ୍ଦ୍ର ବେହେରା, ହରିହର ଖମାରି,ଖଗେଶ୍ବର ବେହେରା, ବାନାମ୍ବର ବେହେରା,ଯୋଗିନାଥ ବେହେରା, ଗୋପାଳ ବେହେରା,ଯୁଗଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS