ବନାଗ୍ନି ପରିଚାଳନା ପ୍ରଶିକ୍ଷଣ ଏବଂ ଅଭ୍ୟାସ ଶିବିର
ଗଣିଆ ୨୫/୦୨(ମଣିଭଦ୍ରା ଖବର) ଗଣିଆ ବନବିଭାଗ ପରିସରରେ ଆଗଧାଡି ବନ କର୍ମଚାରୀ ଓ ଅଗ୍ନି ନିର୍ବାପକ ବାହିନୀଙ୍କ ବନାଗ୍ନି ପରିଚାଳନା ଏବଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସିଏଫ୍ ସେତୁରଞ୍ଜନୀ ଗମାଙ୍ଗୋ,ଏସିଏଫ୍ ଆଇଶା ଅଖତାରୀ ନିଶା,ରେଞ୍ଜର ସବନମ ସାହୁ, ଫରେଷ୍ଟର ମନୋଜ ପ୍ରଭାକର ସାହୁ,ଦମକଳ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ସମେତ କାର୍ଯ୍ୟରତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ । ଆଗକୁ ଖରାର ପ୍ରକୋପ ବଢୁଥିବାରୁ ଗଣିଆ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ସେହି ଜଙ୍ଗଲ ନିଆଁକୁ କିଭଳି ଆୟତ୍ତ କରାଯାଇ ପାରିବ ଏଥିପାଇଁ ବନକର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜଙ୍ଗଲ ଜନ୍ତୁଙ୍କୁ ନିଆଁ ଦାଉରୁ କିଭଳି ରକ୍ଷା କରିବା ସେ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏଥିପାଇଁ ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମସ୍ତ କର୍ମଚାରୀ ନିଜ ନିଜ ବିଟ୍ ହାଉସରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ


Post a Comment