BREAKING
Loading...
:

ସ୍ବଚ୍ଛତା ଅଭିଯାନରେ କିଶୋର ପ୍ରସାଦ ସରପଞ୍ଚ

 ସ୍ବଚ୍ଛତା ଅଭିଯାନରେ କିଶୋର ପ୍ରସାଦ ସରପଞ୍ଚ 

ଗଣିଆ (ମଣିଭଦ୍ରା ଖବର) ପୁରୁଷ ପ୍ରଧାନ ସମାଜରେ ଜଣେ ନାରୀ ବି କୌଣସି ଗୁଣରେ କମ୍ ନୁହନ୍ତି ଏକଥା ପ୍ରମାଣ କରିଛନ୍ତି ସରପଞ୍ଚ। ଗଣିଆ ବ୍ଳକ କିଶୋର ପ୍ରସାଦ ସରପଞ୍ଚ ଗୀତାଞ୍ଜଳି ବେହେରା ନିଜ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ଗଦା ହୋଇଥିବା ଅଳିଆ ଆବର୍ଜ୍ଜନା ସଫା କରିବାକୁ ଅଣ୍ଟା ଭିଡିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଏକତ୍ରିତ କରି ସେ ଏହି ସ୍ବଚ୍ଛତା ଅଭିଯାନକୁ ଆରମ୍ଭ କରିଛନ୍ତି । ବର୍ଷା ଦିନ ହୋଇଥିବାରୁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅନାବନା ଗଛ ସବୁ ଉଠିବା ସହିତ  ରାସ୍ତା ଘାଟରେ ଅଳିଆ ଆବର୍ଜ୍ଜନା ଏଣେତେଣେ ପଡ଼ିରହିଛି । ନିଜେ ସ୍ବଚ୍ଛତା ଅଭିଯାନରେ ସାମିଲ ହେବା ସହିତ ଅନ୍ୟ ମାନଙ୍କୁ ଏଥିରେ ସାମିଲ ହେବାକୁ ପ୍ରବର୍ତ୍ତାଇଛନ୍ତି । 

ଏଥିସହିତ ପଞ୍ଚାୟତରେ ଥିବା ଅଳିଆ ଆବର୍ଜ୍ଜନା ଠେଲା ଗାଡ଼ିକୁ ସମସ୍ତେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସରପଞ୍ଚଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି  । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗୀତାଞ୍ଜଳି ବେହେରା, ସାମାଜିକ କର୍ମୀ ବିଜୟ କୁମାର ବେହେରା,   ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର 



Post a Comment

Previous Post Next Post
Header ADS