ନୂଆଗାଁରେ ଶ୍ରବଣ ଉପକରଣ ବଣ୍ଟନ ଶିବିରରେ ଯୋଗ ଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା
ନୂଆଗାଁ(ମଣିଭଦ୍ରା ଖବର) ନୟାଗଡ ନୂଆଗାଁ ବ୍ଲକ୍ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ଶ୍ରବଣ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ହିତାଧିକାରୀ ଙ୍କୁ ଶ୍ରବଣ ଉପକରଣ ବଣ୍ଟନ କରିବା ସହ ଉପକରଣ ର ସଠିକ୍ ବ୍ୟବହାର ଉପରେ ବୁଝାଇଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ୍ ର ୨୨ ଟି ପଞ୍ଚାୟତ ରୁ ୧୪୭ ଜଣ ହିତାଧିକାରୀ ପଞ୍ଜୀକୃତ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment