BREAKING
Loading...
:

ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରଫାଦଫା ହେଲା ବିବାଦ, ସ୍ବାର୍ଥରେ ଆଞ୍ଚ ଯୋଗୁଁ କରିଥିଲେ ଅଭିଯୋଗ

 ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରଫାଦଫା ହେଲା ବିବାଦ, ସ୍ବାର୍ଥରେ ଆଞ୍ଚ ଯୋଗୁଁ କରିଥିଲେ ଅଭିଯୋଗ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଚାଲିଥିବା ଅଧ୍ୟକ୍ଷା _କର୍ମଚାରୀ ବିବାଦର ଅବସାନ ଘଟିଛି । ଉପଜିଲ୍ଲାପାଳ କର୍ଣ୍ଣ ସମାଦାରଙ୍କ ହସ୍ତକ୍ଷେପ ପରେ ରଫାଦଫା ହୋଇଯାଇଛି ବିବାଦ । ଉପଜିଲ୍ଲାପାଳ ଏବଂ ଅଧ୍ୟକ୍ଷାଙ୍କ ବୟାନରୁ ଜଣାପଡିଛି ଯେ କର୍ମଚାରୀ ମାନଙ୍କର ସ୍ବାର୍ଥରେ ଆଞ୍ଚ ଆସିବା ଯୋଗୁଁ ସେମାନେ ବିଭିନ୍ନ ଅଭିଯୋଗ କରିଥିଲେ । ଯାହାର କୈାଣସି ସତ୍ୟତା ନଥିବା ଉପଜିଲ୍ଲାପାଳଙ୍କ ତଦନ୍ତରୁ ଜଣାପଡିଥିଲା । ଉପଜିଲ୍ଲାପାଳ ଅଧ୍ୟକ୍ଷାଙ୍କୁ କ୍ଳିନଚିଟ୍ ଦେଇଥିବା ବେଳେ ଅଧ୍ୟକ୍ଷା ଯେଉଁ ସବୁ ଆଇନ କାନୁନ ପ୍ରଣୟନ କରିଛନ୍ତି ସେସବୁକୁ କର୍ମଚାରୀ ମାନେ ମାନିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ୍ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ ଅନୁଯାୟୀ ଶିକ୍ଷକ ଓ ଅଣ ଶିକ୍ଷକମାନେ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ସେହିପରି କେବଳ ଅତିଥି ଶିକ୍ଷକମାନେ ପୂର୍ବ ନିର୍ଘଣ୍ଟ ଅନୁଯାୟୀ ସପ୍ତାହରେ ୩ ଦିନ କାର୍ଯ୍ୟ କରିବେ । ଅଧକ୍ଷା ଶିକ୍ଷକ ଓ ଅଣଶିକ୍ଷକମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କ ଛୁଟି ଓ ସମସ୍ୟା ପ୍ରତି ଧାନ ଦେବେ । କୌଣସି କର୍ମଚାରୀ ଅଧକ୍ଷାଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ ବୋଲି ଉପ ଜିଲ୍ଲାପାଳ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ନିର୍ଦ୍ଦେଶ ଦେଇଥିଲେ । 

ଉପଜିଲ୍ଲାପାଳଙ୍କ ସମାଧାନ ପରେ କର୍ମଚାରୀ ମାନଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରିକି ପୂର୍ବତନ ଅଧ୍ୟକ୍ଷ ଦୀର୍ଘ ୪୦ ବର୍ଷ ଧରି  ଦାୟିତ୍ବରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କେହି ପାଟି ଫିଟାଉନଥିବା ବେଳେ ମାତ୍ର ୪ ମାସ ମଧ୍ୟରେ ନୂତନ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗକୁ ସହଜରେ ଗ୍ରହଣ କରୁନାହାନ୍ତି ବୁଦ୍ଧିଜୀବୀ । ଏ ସମ୍ପର୍କରେ ଅଧ୍ୟକ୍ଷା ସଲିଳା ସେଠୀଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ ବୋଲି ସେ ଜଣାଇବା ସହିତ ସମସ୍ତ ପ୍ରକାର ତଦନ୍ତର ସେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଅଧ୍ୟକ୍ଷାଙ୍କର ଏଭଳି ବୟାନ ତାଙ୍କ ସଚ୍ଚୋଟତାର ପ୍ରମାଣ ଦେଉଥିବା ବେଳେ କର୍ମଚାରୀ ମାନଙ୍କ ନିରବତାରୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଅବସାନ ଯୋଗୁ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS