BREAKING
Loading...
:

ଗଣିଆରେ ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳିତ

 ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳିତ 



ଗଣିଆ ୧୭/୦୯(ମଣିଭଦ୍ରା ଖବର) ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ଗଣିଆ ବ୍ଲକ ପରିସର,ମୋଟର କର୍ମଚାରୀ ସଂଘ,ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ବେଛାସେବୀ ସଂଗଠନ, ଗ୍ୟାରେଜ ତଥା ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ପୂଜା ପାଳିତ ହୋଇଥିବା ଜଣାପଡିଛି । ଗଣିଆ ବଜାରରେ ମୋଟର କର୍ମଚାରୀ ସଂଘ ତରଫରୁ ବିରାଟ ତୋରଣ ସାଙ୍ଗକୁ ଡିଜେ ସାଉଣ୍ଡ, ପୂଜା ମଣ୍ଡପରେ ସାଜସଜ୍ଜା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ମହାନଦୀରୁ ଜଳ ଆଣି ଘଟସ୍ଥାପନ କରିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗଣିଆ ବ୍ଲକ ପରିସରରେ ଚଳିତ ବର୍ଷ ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବିଶ୍ଵକର୍ମା ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି । ଆଲୋକମାଳା ସହିତ ସାଜସଜ୍ଜା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ବ୍ଳକର ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ପୂଜା ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । କନିଷ୍ଠ ଯନ୍ତ୍ରୀ ନେତ୍ର ରଞ୍ଜନ ମିଶ୍ର ଏହି ପୂଜା ଉତ୍ସବକୁ ପରିଚାଳନା କରିଥିଲେ । ସେହିପରି ଗଣିଆର ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦିନ ତମାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ରାତିରେ ଭଜନ,ରାମନାଟକ ତଥା ଡ୍ରାମା ପରିବେଷଣ ହୋଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS