କୁସୁମକଣ ବିଦ୍ୟାଳୟରେ ବୃକ୍ଷ ରୋପଣ
ଦଶପଲ୍ଲା,୧୦/୮(ଡ଼ା.ପ୍ରଫୁଲ୍ଲ କୁମାର ଦାଶ)
ବୃକ୍ଷ ବିନା ଜୀବନ ଅସମ୍ଭବ।" ମା' ଟିଏ ପାଇଁ ଗଛଟିଏ" ସ୍ଲୋଗାନ ସହ ଆଜି ଦଶପଲ୍ଲା ବ୍ଳକ୍ ତେଣ୍ଡାବାଡି ପଞ୍ଚାୟତ କୁସୁମକଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ପରିସରରେ ପ୍ରାୟ ୫୦ଗୋଟି ବିଭିନ୍ନ ଫଳ ଗଛ ଲଗାଯିବା ସହ ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଲେଖାଏଁ ଗଛ ଦିଆ ଯାଇଥିଲା ନିଜ ନିଜ ବାଡ଼ିରେ ଲଗାଇ ତାର ଉପଯୁକ୍ତ ଯତ୍ନ ନେବାପାଇଁ ।
ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଦଶପଲ୍ଲା ସମ୍ବାଦ ସାହିତ୍ୟ ଘରର ସଭାପତି ସନ୍ତୋଷ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଘଡେ଼ଇ (ସୁଧା) ,ସହକାରୀ ଶିକ୍ଷକ ସନ୍ତୋଷ କୁମାର ହୋତା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମର ବେହେରା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ପଟ୍ଟନାୟକ,ସିଆରସିସି ସରୋଜ କୁମାର ସାହୁ, ବରିଷ୍ଠ ସଭ୍ୟ ମହେଶ୍ୱର ବେହେରା, ଡା. ଅନ୍ତର୍ଯ୍ୟାମୀ ଭୂୟାଁ, ପ୍ରାକ୍ତନ ବନପାଳ ପ୍ରଫୁଲ୍ଲ କୁମାର ଦାଶ, ସାମ୍ବାଦିକ ଡା. ପ୍ରଫୁଲ୍ଲ କୁମାର ଦାଶ, ସମ୍ବାଦ ସାହିତ୍ୟ ଘରର ବ୍ଳକ ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରି ଗଛ ଯୋଗୁଁ ଆମେ କିପରି ବଞ୍ଚି ରହିଛେ ବୋଲି ବୁଝାଇଥିଲେ। ସମ୍ପାଦକ ନାରାୟଣ ସାହୁ ସ୍ବାଗତ ଭାଷଣ ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର
Post a Comment