ଉପନିର୍ବାଚନରେ ବାଜି ମାରିଦେଲେ ସାବିତ୍ରୀ, ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
ଭାପୁର ( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବାଜି ମାରିଲେ ସାବିତ୍ରୀ ପ୍ରଧାନ । ବ୍ଲକ ଅଧ୍ୟକ୍ଷା ପଦ ବଜାୟ ରଖିଲେ ସାବିତ୍ରୀ ପ୍ରଧାନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ଜିତିଲେ ସାବିତ୍ରୀ ପ୍ରଧାନ । ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ସାବିତ୍ରୀଙ୍କ ସପକ୍ଷରେ ୧୬ ଜଣ ସମିତି ସଭ୍ୟ ରହିଥିଲେ । ବିରୋଧୀ ଦଳ ତରଫରୁ କେହି ବି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଫଳରେ ସାବିତ୍ରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ପରେ ସେ ଭାପୁର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜିର ଏହି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବା ପୋଲିସ ପକ୍ଷରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق