ସମ୍ବାଦ ସାହିତ୍ୟ ଘରର ରକ୍ଷାବନ୍ଧନ ଉତ୍ସବ ପାଳିତ ।
ଦଶପଲ୍ଲା(ମଣିଭଦ୍ରା ଖବର)ଦଶପଲ୍ଲା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ତମନ୍ନା ମହାବିଦ୍ୟାଳୟ ପରିସରରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ସମ୍ପାଦକ ନାରାୟଣ ସାହୁ, ଆଇନଜିବୀ ଶରତ କୁମାର ବେହେରା, ଉପସଭାନେତ୍ରୀ ଲିପିକା ନାୟକ, ବରିଷ୍ଠ ନାଗରିକ ପ୍ରାଣକୃଷ୍ଣ ବେହେରା, ସୁରେଶ କୁମାର ମିଶ୍ର , ମହେଶ୍ୱର ଵେହେରା, ପ୍ରଫୁଲ୍ଲ କୁମାର ଦାଶ, ଅଜୟ କୁମାର ପୃଷ୍ଟି ,କଲେଜର ଅଧ୍ୟକ୍ଷ ନିଲମ୍ କୁମାର ସାହୁ ପ୍ରମୁଖ ଯୋଗଦେଇ ରକ୍ଷା ବନ୍ଧନର ତାତ୍ପର୍ଯ୍ୟ, ସମ୍ପର୍କରେ ଆଲୋକପାତ କରିଥିଲେ। ଆଜି ସ୍ବତନ୍ତ୍ର ଭାବେ ସମ୍ବାଦ ର ପରିଚାଳକ ସୈ।ମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସବୁ ଭଉଣୀ ମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କୁ ଶପଥ କରାଇବେ ଯେ , ସେ ଜୀବନରେ କେବେ ନିଶାଦ୍ରବ୍ୟ ବ୍ୟବହାର କରିବ ନାହିଁ। ନିଶା କବଳିତ ହୋଇ ମନୁଷ୍ୟ ହିତାହୀତ ଜ୍ଞାନ ଭୂଲି ଯାଉଛି । ଦୁର୍ଘଟଣାରେ ଜୀବନ ହାନି ହୋଇ ପରିବାର ଉଜୁଡି ଯାଉଛି । ଏଣୁ ନିଶା ଖାଇବୁ ନାହିଁ କହି ପୁଅମାନେ ଶପଥ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ନାଟକ ଓ ନୃତ୍ୟ ମାଧ୍ୟମରେ ମଧ୍ୟ ବାର୍ତ୍ତା ଦିଆଯାଇଥିଲା। ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ଵେଳେ ଡା.ପ୍ରଫୁଲ୍ଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment