BREAKING
Loading...
:

ଦଶପଲ୍ଲାରେ ବିଶ୍ବ ଫଟୋଗ୍ରାଫି ଦିବସପାଳିତ

 ଦଶପଲ୍ଲାରେ ବିଶ୍ବ ଫଟୋଗ୍ରାଫି ଦିବସପାଳିତ

ଦଶପଲ୍ଲା(ମଣିଭଦ୍ରା ଖବର) ଦଶପଲ୍ଲା ଏନ୍ଏସି ଏବଂ ବ୍ଳକ୍ ଅଞ୍ଚଳ ମଧ୍ୟରେ ପୁରୁଣା ନୂଆ ଯେତେ ଜଣ  ଫଟୋଚିତ୍ର ଉତ୍ତୋଳନ କରି ଜୀବିକାର୍ଜନ କରୁଛନ୍ତି ଏବଂ ସୈ।ଖିନ୍ ଭାବେ ମଧ୍ୟ ଯେଉଁ ମାନେ ଫଟୋଗ୍ରାଫି କରି ବାର୍ତ୍ତାବହର କାର୍ଯ୍ୟ କରୁଛନ୍ତି ସେମାନେ ସମସ୍ତଙ୍କୁ ନେଇ ଏକ ଫଟୋ ଗ୍ରାଫର  ଆସୋସିଏସନ୍ ଗଠନ କରାଯାଇଛି। ଆଜି ବିଶ୍ୱ ଫଟୋଗ୍ରାଫି ଦିବସରେ ସେମାନେ ସମସ୍ତେ ଏକାଠି ହୋଇ ସ୍ଥାନୀୟ ସୀତାରାମ ୟୁଥ୍ କ୍ଲବ୍ ପରିସରରେ ଏକ ବୈଠକ କରିଥିଲେ। ଅଶ୍ବିନୀ କୁମାର ଖଟେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ  ଅତିଥି ଭାବେ ନୟାଗଡ଼ର ବରିଷ୍ଠ ଫଟୋଗ୍ରାଫି ଟେକ୍ନିସିଆନ୍ ମାନବ କିଶୋର ରାୟ, ବିରେନ୍ଦ୍ର କୁମାର ଦାସ, ସ୍ବୟଂ ସେବକ ମାନସ କୁମାର ସାହୁ, ଦଶପଲ୍ଲା ଫଟୋ ଗ୍ରାଫିର ଭୀଷ୍ମ ପିତାମହ ମୂରଲୀଧର ମହାରଣା ପ୍ରମୁଖ ଯୋଗଦେଇ ଫଟୋଗ୍ରାଫି ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅନେକ ତଥ୍ୟ ସମ୍ବଳିତ ଦିଗ୍ ଦର୍ଶନ ଦେଇଥିଲେ। ସଂଘର ସଭାପତି ପ୍ରତାପ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ପାଦକ ପେଣ୍ଟର ଅଞ୍ଜନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS