ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ୭୮ ତମ ସ୍ବାଧିନତା ଦିବସ ପାଳିତ
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଖୁଣ୍ଟୁବନ୍ଧ ଠାରେ ଥିବା ନୟାଗଡ ଜିଲ୍ଲା କାରାଗାର ପରିସରରେ ୭୮ ତମ ସ୍ବାଧିନତା ଦିବସ ଧୁମଧାମରେ ପାଳିତ ହୋଇଯାଇଛି । କାରାଗାର ପରିସରରେ ଥିବା ଅନ୍ତେବାସୀ ମାନେ ପତାକା ପୀଠକୁ ସୁନ୍ଦର ଭାବେ ସାଜସଜ୍ଜା କରିଥିଲେ । ସକାଳୁ ଜେଲ୍ ପରିସରରେ ପ୍ରଭାତ ଫେରି ସରିବା ପରେ ଖୋଳ କୀର୍ତ୍ତନ କରି କାର୍ଯ୍ୟାଳୟରୁ ଅଧିକ୍ଷକଙ୍କୁ ପତାକା ପୀଠକୁ ଅଣାଯାଇଥିଲା । ଅଧିକ୍ଷକ ପ୍ରଫୁଲ୍ଲ କୁମାର କବି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ଅନ୍ତେବାସୀ ପରିସ୍ଥିତିରେ ପଡି କାରାବରଣ ଭୋଗୁଥିବା ବେଳେ ଏଥିରୁ ମୁକୁଳିବା ପରେ ମୁଖ୍ୟ ସ୍ରୋତକୁ ଫେରି ଭଲ ମଣିଷ ପରି ଜୀବନ ଅତିବାହିତ କରିବାକୁ ଅଧିକ୍ଷକ ପରାମର୍ଶ ଦେଇଥିଲେ ।
କାରାଗାରର ନିୟମକାନୁନ ମାନି ପରସ୍ପର ସହିତ ମିଳାମିଶା କରିବା ସହିତ ଆକ୍ରୋଶ ମନୋଭାବ ନରଖିବାକୁ ସେ ସଚେତନ କରିଥିଲେ । ଅନ୍ତେବାସୀ ମାନେ ନିଜ ନିଜର ମତ ପୋଷଣ କରିଥିଲେ । ସମସ୍ତ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ସ୍ମୃତି ରଞ୍ଜନ ବଳିୟାର ସିଂ, ଫାର୍ମାସିଷ୍ଟ ଦରଜୀ ପରିଡ଼ା,ଉପ ଅଧିକ୍ଷକ ଅଜିତ ବେହେରା, ସହକାରୀ ଅଧିକ୍ଷକ ମନୁ ବେହେରା,ମୀନକେତନ ମଲ୍ଲିକ, ବୃନ୍ଦାବନ ପ୍ରଧାନ,ଓ୍ବାର୍ଡର ତପନ ପ୍ରଧାନ,ତପନ ପାତାଲ ସି°, ଜିତେନ୍ଦ୍ର ବେହେରା,ସାଗର କୁମାର,ବିକାଶ ସାହୁ,ଅଭିରାମ ସାହୁ, ପୁଷ୍ପାଞ୍ଜଳି ସାହୁ,ସବିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କ ମଧ୍ୟରୁ ଜେ. ସନ୍ତୋଷ, ସରୋଜ କୁମାର ଗୁରୁ,ରାଜେଶ ବେହେରା,ରବି ମହାନ୍ତି ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق