BREAKING
Loading...
:

ଧରା ହେଲା ଗୋରୁ ବୋଝେଇ ପିକଅପ୍, ଡ୍ରାଇଭର ଫେରାର

 ଧରା ହେଲା ଗୋରୁ ବୋଝେଇ ପିକଅପ୍, ଡ୍ରାଇଭର ଫେରାର 

କଟକ(ମଣିଭଦ୍ରା ଖବର) ବଡମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ତେଲଟାଙ୍କି ପାଖରୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ବଡମ୍ବା ଓ ମାଣିଆବନ୍ଧ ପୋଲିସ ର ମିଳିତ ଉଦ୍ୟମରେ ଧରା ହୋଇଛି । ଗାଡି ଡ୍ରାଇଭର ଫେରାର ହୋଇ ଥିବା ବେଳେ ଅନ୍ୟଜଣେ ସହଯୋଗୀ କୁ ପୋଲିସ ଗିରଫ କରିଛି। ପିକଅପ ଗାଡିରୁ ୧୪ଟି ଗୋରୁ ଉଦ୍ଧାର କରାଯାଇଛି । ସହଯୋଗୀଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା ଜାରି ରଖିଛି । ଏହି ଗୋରୁ ବେପାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି, ଏଗୁଡ଼ିକ କେଉଁ ଅଞ୍ଚଳକୁ ଯାଉଥିଲା ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି । ଖୁବଶିଘ୍ର ଫେରାର ଡ୍ରାଇଭର ସହିତ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି । 

ରିପୋର୍ଟ ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS