BREAKING
Loading...
:

ଶୁଣିଲାନି ପ୍ରଶାସନ କଙ୍କଡ଼ାଆମ୍ବ ଗାଁ ରାସ୍ତା ମରାମତି କଲେ ଅଞ୍ଚଳବାସୀ ବାସୀ

 ଶୁଣିଲାନି ପ୍ରଶାସନ କଙ୍କଡ଼ାଆମ୍ବ ଗାଁ ରାସ୍ତା ମରାମତି କଲେ ଅଞ୍ଚଳବାସୀ ବାସୀ 




  କୋରାପୁଟ (ମଣିଭଦ୍ରା ଖବର) ସେମିଳିଗୁଡ଼ା ବ୍ଲକ ସ୍ଥିତ ଦଳେଇଗୁଡ଼ା ଗ୍ରାମ ପଞ୍ଚାୟତର କଙ୍କଡ଼ାଆମ୍ବ ଗାଁ ରାସ୍ତା ଦୀର୍ଘ ଦିନରୁ ଅବ୍ୟବସ୍ଥାରେ ପଡ଼ି ରହିଥିବା ବେଳେ ଲଗାଣ ବର୍ଷା ରେ ସମ୍ପୂର୍ଣ ରାସ୍ତା ନଷ୍ଟ ହୋଇଯାଇଥିଲା l ବହୁ ଦିନ ପୂର୍ବେ ଏହି ରାସ୍ତା ମରାମତୀ ବାବଦରେ ପୂର୍ବତନ ଦୁଇ ବିଧାୟକ ପୀତମ ପାଡ଼ି ଓ ରଘୁରାମ ପଡ଼ାଲ ଏବଂ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ୍ୟ ଗୁହାରି କରିଥିଲେ ସୁଦା କେହି କର୍ଣ୍ଣ ପାତ କରିନଥିବା କହିଛନ୍ତି l ଆଜି ସମସ୍ତ ଯୁବକ ସଙ୍ଘ, ବୁଦ୍ଧିଜୀବୀ ଓ ମାଳିପର୍ବତ କର୍ମକର୍ତା ଉପସ୍ଥିତ ରହି ନିଜ ଅର୍ଥ ସଂଗ୍ରହ କରି ରାସ୍ତା ମତାମତି କରିଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ଚାରି ଗୋଟି ପଞ୍ଚାୟତର ଲୋକେ ନୀତି ଦିନିଆ ଯାତାୟତ କରୁଥିବାବେଳେ ଦେଓମାଳୀ ଓ କୋଟିଆବାସୀ ମଧ୍ୟ୍ୟ ଯିବା ଆସିବା କରୁଥିବା କହିଛନ୍ତି l ଗର୍ବବତୀ ମହିଳାଙ୍କୁ ମେଡିକାଲ ନେବା କିମ୍ବା ଛୋଟ ଛୋଟ ପିଲା ସ୍କୁଲ ଯିବା ନିମନ୍ତେ ଅସୁବିଧାର ସମୁଖୀନ ହୋଇଥିବା ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

أحدث أقدم
Header ADS