କଲେଜ ଆଗରେ ପ୍ରଦର୍ଶକଙ୍କ ଧାରଣା
ଦଶପଲ୍ଲା (ମଣିଭଦ୍ରା ଖବର) ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର କାର୍ଯ୍ୟାଳୟ ଆଗରେ ସେହି କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପ୍ରଦର୍ଶକ ଧାରଣା ଦେଇଥିବା ଜଣାଯାଇଛି। ଧାରଣାରତ ପଦାର୍ଥ ବିଜ୍ଞାନ ବିଭାଗ ପ୍ରଦର୍ଶକ ଲକ୍ଷ୍ମୀଧର ଶତପଥିଙ୍କ କହିବା ଅନୁଯାୟୀ,କଲେଜର ଅଧ୍ୟକ୍ଷ ବିଭିନ୍ନ ସ୍ଥାନରେ " ଲାଞ୍ଚ ନେବା କୁ କ୍ଷମା ଦିଆଯିବ ନାହିଁ" ବୋଲି ଲେଖିଥିବା ସତ୍ତ୍ବେ ଆମ ବିଭାଗର ଅଧ୍ୟାପକ ଏବଂ ଆଟେଣ୍ଡାଣ୍ଟ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରତ୍ୟେକ ପିଲାଙ୍କ ଠାରୁ ୧ଶହ ଟଙ୍କା ଲେଖାଁଏ ଆଦାୟ କରିଥିଲେ।
ଏଠାରେ ପାଠ ପଢୁଥିବା ଅନେକ ଗରିବ ପିଲା ନିଜ ପାଇଁ ପୋଷାକ କିଣି ପାରୁ ନଥିବା ବେଳେ ସେମାନଙ୍କ ଠାରୁ ଲାଞ୍ଚ ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି।
ଏସମ୍ପର୍କରେ ସେ ବାରମ୍ବାର ସମସ୍ତଙ୍କୁ ଜଣାଇବା ସତ୍ତ୍ବେ କୈ।ଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ସେ ଆଜିଠାରୁ ଧାରଣା ଦେଇଛନ୍ତି । ଅଧ୍ୟକ୍ଷ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବହୁ ବୁଦ୍ଧିଜିବୀଙ୍କ ମତ।
إرسال تعليق