BREAKING
Loading...
:

ଦଣ୍ଡମୁକ୍ତ ଅଞ୍ଚଳରେ ଆଣ୍ଠେଇଲେ ଛାତ୍ର ଛାତ୍ରୀ, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା

 ଦଣ୍ଡମୁକ୍ତ ଅଞ୍ଚଳରେ ଆଣ୍ଠେଇଲେ ଛାତ୍ର ଛାତ୍ରୀ, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା 

(ମଣିଭଦ୍ରା ଖବର)  ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ବିଦ୍ୟାଳୟ ପରିସରରେ ଭୟର ବାତାବରଣ ହଟାଇବା ପାଇଁ ପିଲାମାନଙ୍କୁ ଦଣ୍ଡିଡ କରିବା ତଥା ଭୟଭୀତ କରିବା ଅପରାଧ ବୋଲି ସରକାର ଘୋଷଣା କରିବା ସହିତ ଏଭଳି ଘଟଣା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନଜର ରହିଛି । ତେବେ ଅନେକ ବିଦ୍ୟାଳୟରେ ଶିକ୍ଷକ ମାନେ ଏହି ଘଟଣାକୁ ଗୁରୁତ୍ବ ନଦେଇ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଦଣ୍ଡ ବିଧାନ କରୁଛନ୍ତି  । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି   ବାଙ୍କୀ ବ୍ଲକ ଉତ୍ତର କୂଳାଟ ବନ୍ଦାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ  ।  

ପାଖାପାଖି ୧୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଆଣ୍ଠେଇଛନ୍ତି ପାଖାପାଖି ଅଧଘଣ୍ଟା ହେବ । ବିଦ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ନିଜ ଶ୍ରେଣୀ ବାହାରେ ସେମାନେ ଆଣ୍ଠୁଆ ବସିଥିଲେ ମଧ୍ୟ କେହି ବି ଆହା ପଦେ କରୁନାହାନ୍ତି  । ଏଥିପ୍ରତି ବାଙ୍କି ଶିକ୍ଷା ଅଧିକାରୀ ଦୃଷ୍ଟି ଦେବା ସହିତ ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS