ରୋଟାରୀ କ୍ଳବ୍ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ ରୋଟାରୀ କ୍ଳବ୍ ଆନୁକୁଲ୍ୟରେ ଓଡିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ରୋଟାରୀ କ୍ଳବ୍ ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ରୋଟାରୀ କ୍ଳବ୍ ସମ୍ପାଦକ ଅବିନାଶ ସାହୁ ଯୋଗ ଦେଇଥିଲେ ।
ଅତିଥି ମାନେ ସାମ୍ବାଦିକ ଏବଂ ସାମ୍ବାଦିକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ରୋଟାରୀ କ୍ଳବ୍ ତରଫରୁ ଜିଲ୍ଲା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରିଆନ ଆରିଫ ଖାନ,ଶ୍ରୀଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପଙ୍କଜ କୁମାର ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର
إرسال تعليق